ଓଡିଶା

odisha

ETV Bharat / bharat

ଚୀନ-ଭାରତ ମୁହାଁମୁହିଁ: କର୍ଣ୍ଣଲ ସନ୍ତୋଷ ବାବୁ ଶହୀଦ - କର୍ଣ୍ଣେଲ ସନ୍ତୋଷ ବାବୁ

ଏଲଏସି ନିଟକରେ ଚୀନ ସେନାଙ୍କ ସହ ହିଂସାତ୍ମକ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଜଣେ ସେନା ଅଧିକାରୀ ଓ 2 ଯବାନ । ଶହୀଦଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣଲ ସନ୍ତୋଷ ବାବୁ । କର୍ଣ୍ଣଲ ସନ୍ତୋଷ ବାବୁ ହେଉଛନ୍ତି 16 ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର । ପାଟ୍ରୋଲିଂ ପଏଣ୍ଟ 14 ନିକଟ ଗଲୱାନ ଘାଟି ଅଞ୍ଚଳରେ ଚୀନ ସୈନ୍ୟ ସହ ସହ ମୁହାଁମୁହିଁ ମୁକାବିଲାରେ ସେ ଶହୀଦ ହୋଇଛନ୍ତି ।

କର୍ଣ୍ଣେଲ ସନ୍ତୋଷ ବାବୁ ଶହୀଦ
କର୍ଣ୍ଣେଲ ସନ୍ତୋଷ ବାବୁ ଶହୀଦ

By

Published : Jun 16, 2020, 7:49 PM IST

ହାଇଦ୍ରାବାଦ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାର ଏଲଏସି ନିଟକରେ ଚୀନ ସେନାଙ୍କ ସହ ହିଂସାତ୍ମକ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଜଣେ ସେନା ଅଧିକାରୀ ଓ 2 ଯବାନ । ଶହୀଦଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣଲ ସନ୍ତୋଷ ବାବୁ । କର୍ଣ୍ଣଲ ସନ୍ତୋଷ ବାବୁ ହେଉଛନ୍ତି 16 ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର । ପାଟ୍ରୋଲିଂ ପଏଣ୍ଟ 14 ନିକଟ ଗଲୱାନ ଘାଟି ଅଞ୍ଚଳରେ ଚୀନ ସୈନ୍ୟ ସହ ସହ ମୁହାଁମୁହିଁ ମୁକାବିଲାରେ ସେ ଶହୀଦ ହୋଇଛନ୍ତି ।

ଚୀନ-ଭାରତ ମୁହାଁମୁହିଁ: କର୍ଣ୍ଣେଲ ସନ୍ତୋଷ ବାବୁ ଶହୀଦ

ଶହୀଦ ସନ୍ତୋଷ ବାବୁ ତେଲେଙ୍ଗାନାର ସୁର୍ଯ୍ୟାପେଟର ବାସିନ୍ଦା । ବର୍ତ୍ତମାନ ତାଙ୍କ ପତ୍ନୀ, ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । କର୍ଣ୍ଣେଲ ସନ୍ତୋଷ ବାବୁ ହାଇଦ୍ରାବାଦର ସୈନିକ ସ୍କୁଲରେ ଏନଡିଏଫ ଛାତ୍ର ଥିଲେ।

ସେନା ପକ୍ଷରୁ କୁହାଯାଇଥିଲା ଯେ, ଏହି ହିଂସାତ୍ମକ ମୁକାବିଲା ସମୟରେ ଭାରତ ଜଣେ ଅଧିକାରୀ ଏବଂ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ଚୀନ୍ ପକ୍ଷରୁ ଅନେକ ସେନା ଆହତ ହୋଇଛନ୍ତି। ଚୀନ୍ ପକ୍ଷରୁ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଜଣେ ବରିଷ୍ଠ ସେନା ଅଧିକାରୀଙ୍କ କହିବାନୁସାରେ, 1975 ପରେ ଚୀନ୍ ସେନା ସହିତ କୌଣସି ସଂଘର୍ଷରେ ଭାରତୀୟ ଯବାନ ଶହୀଦ ହେବା ହେଉଛି ପ୍ରଥମ ଘଟଣା । 1975 ଅରୁଣାଚଳ ପ୍ରଦେଶର ତୁଲୁଙ୍ଗ ଲା ଠାରେ ଚୀନ ସେନା ଆକ୍ରମଣରେ 4 ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ABOUT THE AUTHOR

...view details