କଲମ୍ବୋ: ସର୍ବସାଧାରଣଙ୍କ ପାଇଁ ବିଳମ୍ବରେ ଲୋକାର୍ପିତ ହେବ ଶ୍ରୀଲଙ୍କା କଲମ୍ବୋ ସ୍ଥିତ 'ଲୋଟସ ଟାୱାର' । ଗତ ବର୍ଷ ଏହି ଟାୱାରକୁ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ଉଦଘାଟନ କରିଥିଲେ । ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ଏହି ଟାୱାର ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ପ୍ରାଣଘାତୀ ସାଜିଥିବା କୋରୋନା ଭାଇରାସ ପାଇଁ ଏବେ ଟାୱାରଟି ବିଳମ୍ବରେ ଲୋକାର୍ପିତ ହେବ ।
ବୁଧବାର ଶାନ୍ତା ଗୁଣାନନ୍ଦ କଲମ୍ବୋ ଗାଜେଟ୍ରେ କହିଥିଲେ ଯେ, ଚୀନର ଅଧିକାଂଶ କର୍ମଚାରୀ ନବ ବର୍ଷ ଛୁଟି ନେଇ ଘରକୁ ଯାଇଥିଲେ । ହେଲେ କୋରୋନା ପାଇଁ ସେମାନେ ବର୍ତ୍ତମାନ ସୁଦ୍ଧା ଫେରି ନାହାନ୍ତି । ଚୀନର ଉହାନରେ ଜନ୍ମ ନେଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା 2118 ଜଣଙ୍କ ମୁଣ୍ଡ ନେଇସାରିଛି । ଯାହାକୁ ଦୃଷ୍ଟିରେ ରଖି ଲୋଟସ ଟାୱାରକୁ ବିଳମ୍ବରେ ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି ।