ନୂଆଦିଲ୍ଲୀ: ସ୍କୁଲ, କଲେଜ ଆରମ୍ଭ ହେବା ପରେ ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । ଏଥିପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କିଛି ନୂଆ ନିୟମ ଜାରି କରିଛି । ସାମାଜିକ ଶୃଙ୍ଖଳା ସହ ହଷ୍ଟେଲ, କ୍ୟାଣ୍ଟିନ, ଲାଇବ୍ରେରୀ, କ୍ଲାସରୁମ ପର୍ଯ୍ୟନ୍ତ ସମସ୍ତ ନିୟମରେ ପରିବର୍ତ୍ତନ କରାଯିବ ।
ବଦଳିବ ସ୍କୁଲ, କଲେଜ କ୍ୟାମ୍ପସ ନିୟମ - corona effect
ସ୍କୁଲ, କଲେଜ ଆରମ୍ଭ ହେବା ପରେ ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । ଏଥିପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କିଛି ନୂଆ ନିୟମ ଜାରି କରିଛି ।
ବିଶ୍ବବିଦ୍ୟାଳୟ କିମ୍ବା କଲେଜରେ ୟୁନଫର୍ମ ଥାଉକି ନଥାଉ ମାତ୍ର ମାସ୍କ ପିନ୍ଧିବା ଜରୁରୀ । ସରକାର ଏଥିପାଇଁ କଡା ନିୟମ ପ୍ରସ୍ତୁତ କରିଛନ୍ତି । କେବଳ କଲେଜରେ ନୁହେଁ ବରଂ ସ୍କୁଲରେ ମଧ୍ୟ ବଡ ପରିବର୍ତ୍ତନ କରାଯାଇଛି । ସ୍କୁଲରେ ସକାଳ ପ୍ରାର୍ଥନା ଓ ଖେଳକୁଦ ବନ୍ଦ କରାଯାଇପାରେ । କେବଳ ବସରେ ନୁହେଁ ବରଂ ମେସ୍, ହଷ୍ଟେଲରେ ସାମାଜିକ ଦୂରତା ବଜାୟ ରଖାଯିବ । ଗ୍ରୁପ ଷ୍ଟଡି, ସାଙ୍ଗ ମାନଙ୍କ ସହ ଆଲୋଚନା ପୂର୍ବ ପରି ହୋଇପାରିବ ନାହିଁ ।
ଆଇଆଇଟିର ଅନେକ କ୍ୟାମ୍ପସରେ ଭିଜିଟରଙ୍କ ଏଣ୍ଟ୍ରି ବନ୍ଦ ରହିଛି । ସିଫ୍ଟ ଓ କ୍ଲାସର ଅଲଗା ଅଲଗା ସମୟ କରିବାକୁ ଯୋଜନା କରାଯାଇଛି ।