କୋଏମ୍ବାଟୁର: ସ୍ବାର୍ଥପର ଦୁନିଆରେ ଯେଉଁଠି ମଣିଷ ମଣିଷ ମଧ୍ୟରେ ଯେଉଁଠି ବିବାଦ ଦେଖାଦେଉଛି, ସେଠାରେ ପଶୁଙ୍କୁ ବା ପଚାରେ କିଏ । ବର୍ତ୍ତମାନ ସମୟରେ ଅଧିକାଂଶ ସ୍ଥାନରେ ପଶୁଙ୍କୁ ହତ୍ୟା କିମ୍ବା ଚାଲାଣ କରିବା ଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ, ଏକ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି ତାମିଲନାଡ଼ୁରେ।
ତାମିଲନାଡ଼ୁର କୋଏମ୍ବାଟୁରରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କ ପଶୁପ୍ରେମ। ଘରେ ରଖିଥିବା ପାଳିତ କୁକୁର ଠାରୁ ଅଲଗା ହେବା ପରେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।