କାନପୁର: ଦୁର୍ଗମ ପାହାଡ, ଜଙ୍ଗଲ କିମ୍ବା ଅପହଞ୍ଚ ବଙ୍କରରେ ସୁରକ୍ଷିତ ଭାବରେ ଛପି ରହିଥିବା ଶତ୍ରୁ କୌଣସି ଉପାୟରେ ଭାରତୀୟ ସେନାର ନଜରରୁ ବର୍ତ୍ତିପାରିବେ ନାହିଁ । ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ଉପାୟରେ ନିର୍ମିତ ‘ଅସରପା ଡ୍ରୋନ’ କଳେବଳେ କୌଶଳେ ଶତ୍ରୁର ସନ୍ଧାନ କରିବାକୁ ସକ୍ଷମ ହେବ । ଆଇଆଇଟି କାନପୁର ଓ ଭାରତ ଇଲୋକ୍ଟ୍ରୋନିକ୍ସ ଲିମିଟେଡ(ବିଇଏଲ)ର ମିଳିତ ସହଯୋଗରେ ଅସରପା ଆକାରର ଇନସେକ୍ଟ କପ୍ଟର ବିକଶିତ କରିଛନ୍ତି । ଏହା ଆଗକୁ ସେନାର ଗୁରୁତ୍ବପୂର୍ଣ୍ଣ ସନ୍ଧାନୀ କାମରେ ସହଯୋଗ କରିବ ।
ହାତ ପାପୁଲିରେ ସହଜରେ ରହିପାରୁଥିବା ଏହି କୀଟ ସଦୃଶ କପ୍ଟର ଶତ୍ରୁକୁ ଚକମା ଦେବା ସହ ତୀକ୍ଷ୍ଣ ନଜର ରଖିବାରେ ମାହିର । 40 ଗ୍ରାମର ଏହି ଡ୍ରୋନର ଏହି ଆଡ୍ଭାନ୍ସ ଭର୍ସନକୁ ଆଗାମୀ ଦିନରେ 22 ଗ୍ରାମରେ ପରିବର୍ତ୍ତନ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ଆଇଆଇଟି କାନପୁର ପକ୍ଷରୁ କୁହାଯାଇଛି । ପ୍ରାରମ୍ଭିକ ପ୍ରୟୋଗ ପରେ ମାର୍ଚ୍ଚ ଭିତରେ ଏହାକୁ ବିଇଏଲକୁ ଟେଷ୍ଟିଙ୍ଗ୍ ପାଇଁ ପଠାଯିବ । ଜୁନ ମାସରେ ପରୀକ୍ଷଣ ପରେ ଏହାକୁ ସେନା ଓ ଅନ୍ୟ ପାରାମିଲିଟ୍ରି ଫୋର୍ସକୁ ହସ୍ତାନ୍ତର କରିବା ପାଇଁ ପ୍ରସାୟ ଜାରି ରହିଛି ।