ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ଝାଡଖଣ୍ଡ ସିଏମ - ସୁପ୍ରିମକୋର୍ଟ ଗଲେ ଝାଡଖଣ୍ଡ ସିଏମ

ଆତ୍ମନିର୍ଭର ଅଧିନରେ ପ୍ରଧାନମନ୍ତ୍ରୀ ମୋଦି 41 କୋଇଲା ଖଣି ନିଲାମ କରିବାକୁ ଘୋଷଣା କରିଛନ୍ତି । ଖଣି ନିଲାମ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ଝାଡଖଣ୍ଡ ସିଏମ । ଅଧିକ ପଢନ୍ତୁ....

ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ଝାଡଖଣ୍ଡ ସିଏମ
ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ଝାଡଖଣ୍ଡ ସିଏମ

By

Published : Jun 20, 2020, 1:26 PM IST

ରାଞ୍ଚି:ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିବା 41 କୋଇଲା ଖଣି ନିଲାମ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖଣି ନିଲାମ ଉପରେ ରୋକ ଲଗାଇବାକୁ ଯାଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି । 18 ଜୁନରେ ପିଏମ କୋଇଲା ଖଣି ନିଲାମ ନେଇ ଅନଲାଇନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଝାଡଖଣ୍ଡ ସରକାରଙ୍କ ଦ୍ବାରା ଦାୟର ହୋଇଥିବା ଯାଚିକାରେ କୁହାଯାଇଛି, ସାରା ବିଶ୍ବରେ ମହାମାରୀ କୋରୋନା ଅର୍ଥନୀତି ଭୁଶୁଡି ପଡିଛି । ଏଭଳି ସମୟରେ ଖଣି ନିଲାମ କଲେ ଏହାର ଉଚିତ ମୂଲ୍ୟ ମିଳିବ ନାହିଁ । ଏହା ବ୍ୟତୀତ କୋଇଲା ଖଣି ପାଇଁ ବ୍ୟବସାୟୀକ ଖନନ ଆଦିବାସୀଙ୍କ ଜୀବନକୁ ପ୍ରଭାବିତ କରିବ ।ଏହାସହ ଆହୁରି କୁହାଯାଇଛି, ଝାଡଖଣ୍ଡର ଜନସଂଖ୍ୟା, ଜଙ୍ଗଲ ଜମିର ସାମାଜିକ ତଥା ପରିବେଶ ପ୍ରଭାବର ଉପରେ କେନ୍ଦ୍ର ସରକାରଙ୍କ ନିରପେକ୍ଷ ମୂଲ୍ୟାଙ୍କନ ଜରୁରୀ । ରାଜ୍ୟ ସରକାରଙ୍କ ମୁତାବକ କେନ୍ଦ୍ରର ନିଷ୍ପତ୍ତି ପ୍ରକୃତି ଉପର ମଧ୍ୟ ପଡିବ ।

ନିଲାମ ହେବାକୁ ଥିବା କୋଇଲା ଖଣି ମଧ୍ୟରୁ ଅନେକ ଝାଡଖଣ୍ଡରେ ଅବସ୍ଥିତ । କୋରୋନା ସମୟରେ ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଦେଶରେ ରୋଜଗାର ଓ ଆର୍ଥିକ ସ୍ଥିତି ସୁଧାରିବାକୁ ସରକାର ଘରୋଇ କ୍ଷେତ୍ର ପାଇଁ 41 କୋଇଲା ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶ ସହିତ ବିଦେଶୀ କମ୍ପାନୀମାନେ ଏହି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । କୋଇଲା ଖଣି କିଣିବା ପାଇଁ ସରକାର ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ ଛାଡ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ ଯଦି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ କୋଇଲା ଉତ୍ପାଦନକାରୀ ଦେଶ, ତେବେ ଆମେ କାହିଁକି କୋଇଲା ରପ୍ତାନୀକାରୀ ହୋଇପାରିବ ନାହିଁ ।

ବର୍ତ୍ତମାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାଙ୍କ ନେତୃତ୍ୱରେ ସରକାର କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ କୋଇଲା ଖଣି ନିଲାମ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଦାବି କରିଛନ୍ତି।

ABOUT THE AUTHOR

...view details