ଓଡିଶା

odisha

ETV Bharat / bharat

ବାପା ହେଲେ କୋଝିକୋଡେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ-ପାଇଲଟ

ସ୍ବର୍ଗତ ଅଖିଳେଶଙ୍କ ପତ୍ନୀ ମେଘା ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମେଘା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ ଗତ ମାସେ ତଳେ ପୁଅକୁ ହରାଇଥିବା ଅଖିଳେଶଙ୍କ ପରିବାର ଏକ କୁନି ଅଖିଳେଶକୁ ପାଇବା ପରେ ଖୁସିର ମାହୋଲ ପୁଣି ଥରେ ଫେରିବା ପରି ଅନୁଭବ କରୁଛନ୍ତି।

By

Published : Sep 7, 2020, 8:03 AM IST

କୋଝିକୋଡ ବିମାନ ଦୁର୍ଘଟଣା, ଶିଶୁ ପୁତ୍ରକୁ ଜନ୍ମ ଦେଲେ ସ୍ବର୍ଗତ ଅଖିଳେଶଙ୍କ ପତ୍ନୀ ମେଘା
କୋଝିକୋଡ ବିମାନ ଦୁର୍ଘଟଣା, ଶିଶୁ ପୁତ୍ରକୁ ଜନ୍ମ ଦେଲେ ସ୍ବର୍ଗତ ଅଖିଳେଶଙ୍କ ପତ୍ନୀ ମେଘା

ମଥୁରା: ଚାହୁଁ ଚାହୁଁ ବିତିଗଲାଣି ଏକ ମାସ। କୋଝିକୋଡ ବିମାନ ଦୁର୍ଘଟଣାର ଦୃଶ୍ୟ ଏବେ ବି ଆଖିଆଗରେ ନାଚି ଉଠୁଛି। କାରଣ ଖଣ୍ଡ ବିଖଣ୍ଡତି ହୋଇଯାଇଥିବା ସେହି ବିମାନଟିର ଅବସ୍ଥା ହିଁ ଦୁର୍ଘଟଣାର କ୍ଷିପ୍ରତା ଓ ସ୍ଥିତିକୁ ଦର୍ଶାଉଥିଲା।

କଳାରାତ୍ରିରେ ବିମାନ ଅବତରଣ ପୂର୍ବରୁ କିଛି ଯାତ୍ରୀଙ୍କ ଘର ବାହୁଡା ଅଧାରେ ରହିଗଲା। ଚିରଦିନ ପାଇଁ ନିସ୍ତେଜ ହୋଇଗଲା କିଛି ନୀରିହ ପ୍ରାଣ। ଦୁଇ ଜଣ ସୁଯୋଗ୍ୟ ପାଇଲଟଙ୍କୁ ହରାଇଲା ଦେଶ। କେଉଁ ମାର କୋଳ ଖାଲି ହୋଇଗଲା, ଆଉ କାହା ସ୍ତ୍ରୀ ମଥାରୁ ସିନ୍ଦୁର ଲିଭିଗଲା।

ସବୁଠୁ ହୃଦୟ ବିଦାରକ ହେଉଛି, ଆସନ୍ନ ପ୍ରସବା ପତ୍ନୀକୁ ଛାଡି ବାପା ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇ ଅଜଣା ରାଇଜକୁ ବାହୁଡି ଯାଇଥିଲେ କୋ-ପାଇଲଟ ଅଖିଲେଶ କୁମାର। ଯାହା ସବୁଠି ଚର୍ଚ୍ଚା ଓ ଗଣମାଧ୍ୟମର ଶିରୋନାମା ପାଲଟିଥିଲା।

କୋଝିକୋଡ ବିମାନ ଦୁର୍ଘଟଣା, ଶିଶୁ ପୁତ୍ରକୁ ଜନ୍ମ ଦେଲେ ସ୍ବର୍ଗତ ଅଖିଳେଶଙ୍କ ପତ୍ନୀ ମେଘା

ସେହି ହତଭାଗା ପିତା ଆଜି ବାପା ହୋଇଛି। ପାଖରେ ନାହାଁନ୍ତି ସତ ହେଲେ ସ୍ବର୍ଗରେ ଥାଇ ବି ସେ ଏହି ଅପୂର୍ବ ମୁହୁର୍ତ୍ତର ଆନନ୍ଦ ଖୋଜୁଥିବେ। ସ୍ବର୍ଗତ ଅଖିଳେଶଙ୍କ ପତ୍ନୀ ମେଘା ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମେଘା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ ଗତ ମାସେ ତଳେ ପୁଅକୁ ହରାଇଥିବା ଅଖିଳେଶଙ୍କ ପରିବାର ଏକ କୁନି ଅଖିଳେଶକୁ ପାଇବା ପରେ ଖୁସିର ମାହୋଲ ପୁଣି ଥରେ ଫେରିବା ପରି ଅନୁଭବ କରୁଛନ୍ତି।

''ଶନିବାର ଦିନ ପ୍ରସବ କରିଥିବା ମେଘା କହିଛନ୍ତି ଯେ, ଆମ ପାଇଁ ଶିଶୁର ଆଗମନ ଆମ ଜୀବନରେ ସୁଖ ଏବଂ ଆନନ୍ଦକୁ ପୁନଃ ଜାଗ୍ରତ କରିଛି। ଏହି ଦୁଃଖଦ ଘଟଣା ପରେ ପରିବାର ପାଇଁ ଏକ ସାନ୍ତ୍ୱନା ଆସିଛି ବୋଲି ସହ-ପାଇଲଟଙ୍କ ପିତା ତୁଲସୀ ରାମ ଶର୍ମା କହିଛନ୍ତି।''

ଅଗଷ୍ଟ 7 ରେ, ଦୁବାଇରୁ କେରଳ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନ କେରଳର କୋଝିକୋଡ ଇଣ୍ଟରନ୍ୟାସନଲ ଏୟାରପୋର୍ଟ(କାରୀପୁର ଏୟାରପୋର୍ଟ) ପାଖରେ କ୍ରାସ୍ ହୋଇଗଲା। ସୂଚନା ମୁତାବକ, ଏହି ବିମାନଟି ରନୱେରୁ ଖସଡି ଯିବା ପରେ ଘାଟିରେ ଯାଇ ପଡିଥିଲା ଯାହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା 21 ଥିଲା ଏବଂ ଏଥିରେ ପାଇଲଟ୍ ଦୀପକ ସାଥ ଏବଂ ସହ-ପାଇଲଟ୍ 32 ବର୍ଷିୟ ଅଖିଳେଶ ଶର୍ମା ରହିଥିଲେ।

ABOUT THE AUTHOR

...view details