ଅମରାବତୀ: ପ୍ରଥମେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗାଦିଚ୍ୟୁତ କଲେ ଆନ୍ଧ୍ର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ । ଆଉ ଏବେ ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳା ଉପରେ ବୁଲଡଜର ଚଳାଇବାକୁ ଯାଉଛନ୍ତି ସେ । ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମଙ୍ଗଳବାରରୁ ବଙ୍ଗଳା ଭାଙ୍ଗିବାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡିଛି ।
ଭାଙ୍ଗିବ ଚନ୍ଦ୍ରବାବୁଙ୍କ ବଙ୍ଗଳା - chandrababu-naidu
ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।
‘ପ୍ରଜା ବେଦିକା’କୁ ପ୍ରତିପକ୍ଷ ନେତାଙ୍କ ସରକାରୀ ଆବାସ ଘୋଷଣା କରିବାକୁ ଜଗନ ମୋହନଙ୍କୁ କିଛି ଦିନ ପୂର୍ବରୁ ଚିଠି ଲେଖିଥିଲେ ଚନ୍ଦ୍ରବାବୁ । କିନ୍ତୁ ରାଜ୍ୟ ସରକାର ଶନିବାର ଚନ୍ଦ୍ରବାବୁଙ୍କ ବାସଭବନକୁ ନିଜ କବଜାରେ ନେଇଥିଲେ । ଟିଡିପି ସରକାର ଏହି ବଙ୍ଗଳାର ନିର୍ମାଣ ଆନ୍ଧ୍ର ପ୍ରଦେଶର ରାଜଧାନୀ କ୍ଷେତ୍ର ବିକାଶ ପ୍ରାଧିକରଣ ଅଧିନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରୂପରେ କରିଥିଲେ । 5 କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ବଙ୍ଗଳାରେ ଚନ୍ଦ୍ରବାବୁ ଦଳୀୟ ବୈଠକ କରୁଥିଲେ । ତେବେ ଚନ୍ଦ୍ରବାବୁ ବର୍ତ୍ତମାନ ‘ପ୍ରଜା ବେଦିକା’ରେ ରହୁଛନ୍ତି ।
ସେପଟେ ଚନ୍ଦ୍ରବାବୁଙ୍କ ତେଲୁଗୁ ଦେଶମ ପାର୍ଟି ଏହାକୁ ପ୍ରତିଶୋଧର ଆଖ୍ୟା ଦେଇଛି । ଜଗନ ମୋହନ ରେଡ୍ଡୀଙ୍କର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ପ୍ରକାର ସଦ୍ଭାବନା ନାହିଁ ବୋଲି ଦଳ ଅଭିଯୋଗ କରିଛି ।