ଓଡିଶା

odisha

ETV Bharat / bharat

‘ସଞ୍ଚାରୀ ରୋଗ ନିୟନ୍ତ୍ରଣ ଅଭିଯାନ’ ଶୁଭାରମ୍ଭ କଲେ ସିଏମ ଯୋଗୀ - communicable disease control campaign

ରାଜ୍ୟବାସୀଙ୍କ ସୁସ୍ଥ ସ୍ବାସ୍ଥ୍ୟ ମୂଳ ଲକ୍ଷ୍ୟ । ଯାହାକୁ ନଜରରେ ରଖି ୟୁପିରେ ସଞ୍ଚାରୀ ରୋଗ ନିୟନ୍ତ୍ରଣର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସଞ୍ଚାରୀ ରୋଗ ନିୟନ୍ତ୍ରଣର ଶୁଭାରମ୍ଭ କଲେ ସିଏମ ଯୋଗୀ
ସଞ୍ଚାରୀ ରୋଗ ନିୟନ୍ତ୍ରଣର ଶୁଭାରମ୍ଭ କଲେ ସିଏମ ଯୋଗୀ

By

Published : Jul 1, 2020, 4:00 PM IST

ଲକ୍ଷ୍ନୌ: ବୁଧବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ସ୍ବତନ୍ତ୍ର ସଞ୍ଚାରୀ ରୋଗ ନିୟନ୍ତ୍ରଣ ଅଭିଯାନ’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ବର୍ଷା ଋତୁରେ ରୋଗ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ଋତୁରେ ଜ୍ୱର, ଚିକନଗୁନିଆ, ଡେଙ୍ଗୁ ଭଳି ରୋଗ ସାମାନ୍ୟ ଅସାବଧାନତାରେ ସାଂଘାତିକ ପ୍ରମାଣିତ ହୋଇପାରେ। ଏହି ଅଭିଯାନର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଲୋକଙ୍କୁ ସୁସ୍ଥ ରଖିବା ସରକାରଙ୍କ ଲକ୍ଷ୍ୟ।

ସମ୍ବୋଧନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2016, 2017 ମସିହାରେ ଏନସେଫାଲାଇଟିସ ରୋଗରେ 600 ମୃତ୍ୟୁ ଘଟିଛି । 2019ରେ 126 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଜନସଚେତନତାର ଫଳାଫଳ ଯେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।

ସିଏମ ଆହୁରି କହିଛନ୍ତି ଯେ, ଉତ୍ତର ଉତ୍ତରପ୍ରଦେଶ ସମେତ ରାଜ୍ୟର ଅନେକ ସ୍ଥାନରେ ଏନସେଫାଲାଇଟିସ ଏକ ଗୁରୁତର ରୋଗ ଥିଲା, କିନ୍ତୁ ସରକାରଙ୍କ ଉଦ୍ୟମ ହେତୁ ଏହା ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହୋଇଛି । ସେହିଭଳି ଆମକୁ ଡେଙ୍ଗୁର ପ୍ରଭାବକୁ ରୋକିବାକୁ ପଡିବ।

କୋରୋନା ମହାମାରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଉତ୍ତରପ୍ରଦେଶରେ 1 ଲକ୍ଷ 51 ହଜାର ଶଯ୍ୟା ଅଛି। ଆମର ପ୍ରୟାସ ହେଉଛି ପରୀକ୍ଷା କ୍ଷମତାକୁ ପ୍ରତିଦିନ 30 ହଜାରକୁ ବୃଦ୍ଧି କରିବା । କେବଳ ଏତିକି ନୁହେଁ, ରାଜ୍ୟରେ ଏକ ଲକ୍ଷରୁ ଅଧିକ ସର୍ବିଲାନ୍ସ ଟିମ ନିୟୋଜିତ ହୋଇଥିବା ସେ କହିଛନ୍ତି।

ABOUT THE AUTHOR

...view details