ଲକ୍ଷ୍ନୌ: ଶୁକ୍ରବାର ଝାଡଖଣ୍ଡ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ରାମ ମନ୍ଦିର ନିର୍ମାଣ ନେଇ ପ୍ରତ୍ୟକ ଘରୁ 11 ଟଙ୍କା ସହ ଏକ ଇଟା ମାଗିଛନ୍ତି। ଏନେଇ ସେ କହିଛନ୍ତି ଯେ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା ନିଶ୍ଚିତ। କାରଣ 500 ବର୍ଷ ପୁରୁଣା ବିବାଦର ଅନ୍ତ ଘଟିଛି। ଏହି ପୁଣ୍ୟ କାମ ପାଇଁ ଝାଡଖଣ୍ଡବାସୀଙ୍କ ସହାୟତା ଦରକାର ଅଛି।
ରାମ ମନ୍ଦିର ନିର୍ମାଣ ନେଇ 11 ଟଙ୍କା ସହ ଗୋଟିଏ ଇଟା ମାଗିଲେ ଯୋଗୀ - up cm yogi aditya nath
ଝାଡଖଣ୍ଡବାସୀଙ୍କୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭଳି ପୂଣ୍ୟ କର୍ଯ୍ୟରେ ଯୋଗଦେବା ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆହ୍ବାନ। ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ କ୍ରମେ କଳଙ୍କ ସମାନ ଦେଶରେ ଥିବା ଅନୁଚ୍ଛେଦ 370 ହଟାଯାଇଛି । ଏହି ନିଷ୍ପତ୍ତି ସମୟରେ ବିରୋଧି କହୁଥିଲେ ରାମ ମନ୍ଦିର ମାମଲାର ଶୁଣାଣୀ ହେବା ପରେ ଦେଶରେ ହିଂସା ବୃଦ୍ଧି ପାଇବ। ହେଲେ ମଶା ଟିଏ ମଧ୍ୟ ମରିଲାନି।
ଯୋଗୀ ନିର୍ବାଚନସଭାରେ ବିରୋଧୀଙ୍କୁ କଟାକ୍ଷ କରି କହିଥିଲେ ଯେ, କଂଗ୍ରେସ, ଆରଜେଡି ଓ ଜେଏମଏମ ସମସ୍ତେ ଏକାପରି । ସେମାନଙ୍କର ଚିନ୍ତାଧାରା କେବଳ ବିଧ୍ବଂସ କରିବା ଆଉ ଭାଷା ପାକିସ୍ତାନର । ଅନୁଚ୍ଛେଦ 370 ହଟିବା ଓ ଅଯୋଧ୍ୟା ରାମ ମନ୍ଦିର ମାମଲାରେ କେବଳ ସେମାନଙ୍କୁ ବାଧୁନି, ତ’ସହ ଏନଆରସି ଓ ନାଗରିକତା ସଂଶୋଧନ ବିଲ ନିଷ୍ପତ୍ତି ମଧ୍ୟ ସେମାନଙ୍କୁ ଆଘାତ ଦେଉଛି।