ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ଗୋଣ୍ଡା-ବଳରାମପୁରରେ ବିକାଶ କାର୍ଯ୍ୟର ସମୀକ୍ଷା କରିବା ପରେ ଅଯୋଧ୍ୟାରେ ପହଞ୍ଚିଛନ୍ତି ସିଏମ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ପ୍ରସ୍ତୁତି ସମୀକ୍ଷା କରିବେ ଏବଂ ଭଜନ ସନ୍ଧ୍ୟା ସ୍ଥଳ ଯାଞ୍ଚ କରିବେ। ସର୍କିଟ ହାଉସରେ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ ହେବ।
ସୂଚନାନୁସାରେ, ସିଏମ ଯୋଗୀ ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ କୋଭିଡ-19 ଜିଲ୍ଲା ଡାକ୍ତରଖାନା ଯାଇ ସେଠକାର ସ୍ଥିତି ଯାଞ୍ଚ କରିଛନ୍ତି। ସେଠାରେ ରୋଗୀମାନଙ୍କ ଉତ୍ତମ ଚିକିତ୍ସା ମିଳୁଛି କି ନାହିଁ ପଚାରିଥିଲେ ଏବଂ ପରେ ସର୍କିଟ ହାଉସ ଅଭିମୁଖେ ଗସ୍ତ କରିଛନ୍ତି । ସର୍କିଟ ହାଉସରେ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏକ ବୈଠକ କରିବେ। ଏହା ପରେ ଯୋଗୀ ଅଯୋଧ୍ୟା ଧାମକୁ ଯିବେ।