ଓଡିଶା

odisha

By

Published : Sep 26, 2020, 2:25 PM IST

ETV Bharat / bharat

ପିଏସିର 900 ଯବାନଙ୍କ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦେଲେ ଯୋଗୀ

ଉତ୍ତରପ୍ରଦେଶ ଜିଲ୍ଲାରୁ ପିଏସିକୁ ପଠାଯାଇଥିବା 900 ଯବାନଙ୍କୁ ପଦୋନ୍ନତି ନ ଦେବା ପାଇଁ ନିଆଯାଇଥିବା ଦାୟିତ୍ବହୀନ ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଜିଲ୍ଲାରୁ ପିଏସିକୁ ପଠାଯାଇଥିବା 900 ଯବାନଙ୍କୁ ପଦୋନ୍ନତି ନ ଦେବା ପାଇଁ ନିଆଯାଇଥିବା ଦାୟିତ୍ବହୀନ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଯବାନଙ୍କୁ ତୁରନ୍ତ ପଦୋନ୍ନତୀ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଥାଉକି, ଏହି ଯବାନଙ୍କୁ ପ୍ରଥମେ ପଦୋନ୍ନତି ଦିଆଯାଇଥିଲା କିନ୍ତୁ PAC କୁ ଫେରିବା ପରେ ତାଙ୍କୁ ଏହି ମାସରେ ପଦରୁ ହଟାଇ ଦିଆଯାଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ତୁରନ୍ତ ପଦୋନ୍ନତି ପାଇବାକୁ PAC ଯବାନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଡିଜିପି ସରକାରଙ୍କୁ ନ ଜଣାଇ ଏପରି ନିଷ୍ପତ୍ତି ନେଇଥିବା ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ମନୋବଳ ହ୍ରାସ କରୁଥିବା କୌଣସି ନିଷ୍ପତ୍ତିକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details