ଲକ୍ଷ୍ନୌ: କାଉଁରିଆ ଯାତ୍ରା ବନ୍ଦ କଲେ ଯୋଗୀ ସରକାର । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶ୍ରାବଣ ମାସର କାଉଁରିଆ ଯାତ୍ରା ସ୍ଥଗିତ ରଖିଛନ୍ତି ଯୋଗୀ ସରକାର ।
କୋରୋନା ଡର: କାଉଁରିଆ ଯାତ୍ରା ବନ୍ଦ କଲେ ଯୋଗୀ ସରକାର - କୋରୋନା ସଂକ୍ରମଣ
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶ୍ରାବଣ ମାସର କାଉଁରିଆ ଯାତ୍ରା ସ୍ଥଗିତ ରଖିଛନ୍ତି ଯୋଗୀ ସରକାର ।
ଗତ ଶନିବାର ଉତ୍ତରପ୍ରଦେଶ ସରକାରଙ୍କ ମୁଖପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହ ଏକ ଭିଡିଓ ସମ୍ମିଳନୀ ମାଧ୍ୟମରେ ଆଲୋଚନା କରିଛନ୍ତି।
ମୁଖପାତ୍ର କହିଛନ୍ତି ଯେ, ତିନିଜଣ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ଶ୍ରାବଣ ମାସର କାଉଁରିଆ ଯାତ୍ରାକୁ ସ୍ଥଗିତ ରଖିବାକୁ ଧର୍ମଗୁରୁ ଏବଂ କାଉଁରିଆ ସଂଘ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ଦୃଷ୍ଟିରେ ରଖି ତିନି ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ କାଉଁରିଆ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।