ଓଡିଶା

odisha

ETV Bharat / bharat

ବିରୋଧୀଙ୍କ DNAରେ ରହିଛି ବିଭାଜନ: ଯୋଗୀ - yogi adityanath attacks congress

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଘଟଣାକୁ ନେଇ ପରୋକ୍ଷରେ କଂଗ୍ରେସ ସମେତ ବିରୋଧୀ ଦଳ ଉପରେ ଆକ୍ରମଣ କରିଛନ୍ତି।

ଯୋଗୀ ଆଦିତ୍ୟନାଥ
ଯୋଗୀ ଆଦିତ୍ୟନାଥ

By

Published : Oct 10, 2020, 4:05 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଘଟଣାକୁ ନେଇ ପରୋକ୍ଷରେ କଂଗ୍ରେସ ସମେତ ବିରୋଧୀ ଦଳ ଉପରେ ଆକ୍ରମଣ କରିଛନ୍ତି। ଯୋଗୀ କହିଛନ୍ତି ଯେ କିଛି ଲୋକଙ୍କ ଡିଏନଏରେ ବିଭାଜନ ଅଛି, ଏମାନେ ପ୍ରଥମେ ଦେଶକୁ ଭାଗ କରିଥିଲେ, ବର୍ତ୍ତମାନ ସେମାନେ ଲୋକଙ୍କୁ ଭାଗ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିପଦଜନକ ଚିନ୍ତାଧାରା ତାଙ୍କ ଡିଏନଏର ଏକ ଅଂଶ ହୋଇଯାଇଛି।

ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ଯୋଗୀ କହିଛନ୍ତି ଯେ ରାମ ଜନ୍ମଭୂମିଙ୍କ ଉପରେ ଅଦାଲତର ଐତିହାସିକ ନିଷ୍ପତ୍ତିକୁ ନେଇ ସମଗ୍ର ଦେଶରେ ଉତ୍ସାହ ଓ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କିଛି ଲୋକ ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିଥିଲେ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗୀ କହିଛନ୍ତି, ‘ ଯେତେବେଳେ ଉତ୍ତରପ୍ରଦେଶ ଏହାର ଶ୍ରମିକଙ୍କୁ କୋରୋନା ସମୟରେ କାମ ଦେବା ପାଇଁ ଆଗେଇ ଆସିଛି ସେତେବେଳେ ୟୁପିରେ ଜାତି ନାମରେ ତଥା ଧର୍ମ ନାମରେ ଦଙ୍ଗା ସୃଷ୍ଟି କରିବାକୁ ଷଡଯନ୍ତ୍ର କରାଯାଇଛି ’ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସମ୍ବୋଧନରେ ଜାପାନ ଜ୍ବର ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଜ୍ବର ପୂର୍ବ ୟୁପିରେ ହଇଚଇ ସୃଷ୍ଟି କରିଥିଲା । ​ୟୁପିଏ ଶାସନ କାଳରେ 50,000 ରୁ ଅଧିକ ଶିଶୁ ପୂର୍ବ ୟୁପିରେ ଏନସେଫାଲାଇଟିସରେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଥରେ ଏହି ଦଳମାନେ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିନଥିଲେ କାରଣ ମୃତ୍ୟୁବରଣ କରିଥିବା ଶିଶୁଟି ଗରିବ, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲା ବୋଲି ସେ କହିଛନ୍ତି ।

ABOUT THE AUTHOR

...view details