ପାଟନା: ବିହାର ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲି କରିଛନ୍ତି । ଆଜିଠାରୁ ଯୋଗୀ ବିହାରରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯୋଗୀ ତିନି ଦିନରେ 18 ଟି ରାଲି କରିବେ । ଯୋଗୀ ଆଜି(ମଙ୍ଗଳବାର) କାଇମୁର ଜିଲ୍ଲାର ରାମଗଡ ଆସନରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି।
ବିହାରରେ ଯୋଗୀ, ଜାତିଗତ ହିଂସା ନେଇ ବିରୋଧିଙ୍କୁ ଟାର୍ଗେଟ - cm yogi adityanath at bihar
ବିହାର ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲି କରିଛନ୍ତି । ଆଜିଠାରୁ ଯୋଗୀ ବିହାରରେ ପ୍ରଚାର ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...
ରାଲି ଆରମ୍ଭରେ ଯୋଗୀ କହିଛନ୍ତି ଯେ ମୁଁ ଭଗବାନ ରାମଙ୍କ ଜନ୍ମସ୍ଥାନରୁ ଆସିଛି। ତ୍ରେତୟା ଯୁଗ ବିଷୟରେ ଉଲ୍ଲେଖ କରି ଯୋଗୀ କହିଛନ୍ତି ଯେ ବିହାର ଏବଂ ୟୁପିର ଏକ ପୁରୁଣା ଏବଂ ଗଭୀର ସମ୍ପର୍କ ରହିଛି। ବିରୋଧୀ ଦଳକୁ ଟାର୍ଗେଟ କରି ଯୋଗୀ କହିଛନ୍ତି, ‘ଆମେ ବିକାଶ ବିଷୟରେ କହୁଛୁ, ସେମାନେ ଜାତି ବିଷୟରେ । ଆମେ ଦେଶ ବିଷୟରେ କଥା ହେଉ, ସେମାନେ ପରିବାର ବିଷୟରେ । ଯେତେବେଳେ ଆମେ ସମସ୍ତଙ୍କ ବିକାଶ ବିଷୟରେ କଥା ହେବା, ସେତେବେଳେ ସେମାନେ କୁହନ୍ତି ଯେ ଦେଶର ସମ୍ବଳ ଉପରେ ଏକ ବିଶେଷ ସମ୍ପ୍ରଦାୟର ଅଧିକାର ଅଛି ’ ।
ଯୋଗୀ କହିଛନ୍ତି ଯେ ଗରିବଙ୍କୁ ଘର ଦେବା, ବିଦ୍ୟୁତ ସଂଯୋଗ କରିବା, ଆୟୁଷ୍ମାନ ଭାରତ ଯୋଜନାର ଲାଭ ଦେବା, ଏଲପିଜିର ମାଗଣା ସଂଯୋଗ ପ୍ରଦାନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କାହାର ଜାତି କିମ୍ବା ଧର୍ମ ଦେଖନ୍ତି ନାହିଁ । ରାମଗଡର ଲୋକଙ୍କ ମଧ୍ୟରେ ଯୋଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶ ଆଗକୁ ବଢୁଥିବାବେଳେ ବିହାର ନୀତୀଶ କୁମାରଙ୍କ ନେତୃତ୍ବରେ ଆଗକୁ ବଢୁଛି। ସେଥିପାଇଁ ବିହାରରେ ଏନଡିଏ ସରକାର ଗଠନ ହେବା ଉଚିତ।