ଲକ୍ଷ୍ନୌ: ମହାମାରୀ କୋରୋନା କୁନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଭିନ୍ନ ଧାର୍ମିକ ନେତାମାନଙ୍କ ସହିତ ବୈଠକ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ମୋଟ 377 ଧାର୍ମିକ ନେତାଙ୍କ ସହିତ କୋରୋନାର ବ୍ୟାପକତାକୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।
ସାରା ବିଶ୍ବରେ ଆତଙ୍କିତ ସୃଷ୍ଟି କରିଥିବା ମହାମାରୀ କୋରୋନା ଭାରତରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ସରକାର ସାରା ଭାରତକୁ 21 ଦିନିଆ ଲୋକଡାଉନ ଘୋଷଣା କରିଛନ୍ତି । କୋରୋନାକୁ ନେଇ ବିଭିନ୍ନ ଧାର୍ମିକ ନେତା ମାନଙ୍କ ସିହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ସାର ବିଶ୍ବକୁ ଦୋହଲାଇ ଦେଇଥିଲା କୋଭିଡ19 ରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଲକଡାଉନ ନିୟମକୁ ପାଳନ କରିବା । ଏହାପରେ ଲୋକଙ୍କ ମଧ୍ୟରେ ଜନଗହଳି ନ କରି ସାମାଜିକ ଦୂରତା ଅବଲମ୍ବନ କରିବା । ଏହାକୁ ସମସ୍ତେ ସହଯୋଗ କରିବା ଆବଶ୍ୟକତା ରହିଛି ।