ଥିରୁଅନନ୍ତପୁରମ୍: କୋରୋନା କାରଣରୁ ଦେଶରେ ଅର୍ଥନୀତି ଭୁସୁଡି ପଡିଥିବା ବେଳେ ସେଲିବ୍ରେଟୀଙ୍କ ଠାରୁ ଆରମ୍ଭ କରି ବହୁ ନେତା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋରୋନା ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହି କ୍ରମରେ କେରଳର କୋଲାମ ଜିଲ୍ଲାରେ ଜଣେ କାଜୁ କର୍ମଚାରୀ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିକୁ 5101ଟଙ୍କା କୋରୋନା ସହାୟତା ଭାବରେ ଦାନ କରିଛନ୍ତି । । ଯାହାକୁ ନେଇ ଗତ ମଙ୍ଗଳବାର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କାଜୁ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍ର ରିଲିଫ୍ ପାଣ୍ଠିକୁ 5101 ଟଙ୍କା ଦାନ କଲେ କାଜୁ କର୍ମଚାରୀ - କେରଳ ମୁଖ୍ୟମନ୍ତ୍ରୀ
କେରଳର କୋଲାମ ଜିଲ୍ଲାରେ ଜଣେ କାଜୁ କର୍ମଚାରୀ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିକୁ 5101ଟଙ୍କା କୋରୋନା ସହାୟତା ଭାବରେ ଦାନ କରିଛନ୍ତି । ଯାହାକୁ ନେଇ ଗତ ମଙ୍ଗଳବାର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କାଜୁ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍ର ରିଲିଫ୍ ପାଣ୍ଠିକୁ 5101 ଟଙ୍କା ଦାନ କଲେ କାଜୁ କର୍ମଚାରୀ
ଲଲ୍ଲୀଥାମା ନାମକ ଜଣେ କାଜୁ କର୍ମଚାରୀ ପାଟ୍ରୋଲିଂ ଡ୍ୟୁଟିରେ ଥିବା କିଛି ଅଧିକାରୀଙ୍କ ନିକଟରେ ପହଞ୍ଚି ଏହି ରାଶିକୁ CMRDକୁ ଦାନ କରିବା ପାଇଁ କହିଥିଲେ ଯାହାକୁ ନେଇ ପିନାରାଇ ବିଜୟନ ଲଲ୍ଲୀଥାମାଙ୍କୁ ଟ୍ବିଟ ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ କହିଛନ୍ତି, ‘ଆମେ ଜିତିବୁ କାରଣ ଆମ ପାଖରେ ଆପଣଙ୍କ ଭଳି ଲୋକ ଅଛନ୍ତି ’।
ପ୍ରକାଶ ଥାଉକି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କେରଳରେ ବର୍ତ୍ତମାନ ସୁଦ୍ଧା 408 କୋରୋନା ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ 291 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।