MLC ନିର୍ବାଚନ; ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ - ନାମାଙ୍କନ ଭରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ଆସନ୍ତା 21ରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନ ପରିଷଦ ନିର୍ବାଚନ । ଆଜି ନାମାଙ୍କନ ଭରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ...
ମୁମ୍ବାଇ: ଏମଏଲସି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆସନ୍ତା 21ରେ ଅନୁଷ୍ଠିତ ହେବ ନିର୍ବାଚନ । ଉଦ୍ଧବ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି ।
କାରଣ ଏହି ନିର୍ବାଚନ ପାଇଁ କଂଗ୍ରେସ ଗୋଟିଏ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଫଳରେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରହିବା ସହ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ । ଗତକାଲି ମହାରାଷ୍ଟ୍ରର ପ୍ରଦେଶ କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ କଂଗ୍ରେସ ଗୋଟିଏ ଆସନରେ ପ୍ରାର୍ଥୀ ଦେବ ବୋଲି ସୂଚନା ଦେଇଥିଲେ ।
ସେ ଟ୍ବିଟ କରି କହିଥିଲେ, ମେ 21ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ କଂଗ୍ରେସ ଯେଉଁ 2ଟି ପ୍ରାର୍ଥୀ ଦେଇଥିଲା ସେଥିରୁ ସେ ଗୋଟିଏ ପ୍ରତ୍ୟାହାର କରି ନେଉଛି । ଯଦ୍ବାରା ଉଦ୍ଧବ ଠାକରେ ଏବେ ନିର୍ଦ୍ବନ୍ଦରେ ବିଧାନ ପରିଷଦର ସଦସ୍ୟ ହେବାକୁ ଯାଛନ୍ତି ।
ରାଜ୍ୟ ବିଧାନ ପରିଷଦର 9ଟି ଆସନ ନିର୍ବାଚନ ହେଉଛି । ଏଥିରେ ଶିବସେନା, ଏନସିପି ଓ କଂଗ୍ରେସ(ମହାଅଘାଡି ମେଣ୍ଟ) 5ଟି ଆସନରେ ପ୍ରାର୍ଥୀ ଦେବେ। ବିଜେପି 4ଟି ଆସନରେ ପ୍ରାର୍ଥୀ ଦେଇଛି।