ମୁମ୍ବାଇ: କୋରୋନା ମହାମାରୀ ଯୋଗୁଁ ଜାରି ହୋଇଥିବା ପ୍ରତିବନ୍ଧକ ମଧ୍ୟରେ ମୁମ୍ବାଇ ଏବଂ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପର୍ବ ଆରମ୍ଭ ହୋଇଛି । ତେବେ ଚଳିତ ବର୍ଷ ଏହି ଉତ୍ସବ ପାରମ୍ପରିକ ଢଙ୍ଗରେ ପାଳନ ହେବ ନାହିଁ । ଭଗବାନ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ଏବଂ ବିସର୍ଜନ ସମୟରେ କୌଣସି ପ୍ରକାର ଶୋଭାଯାତ୍ରା ପାଇଁ ବାରଣ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ସରକାରୀ ବାସଭବନରେ ବିନା ସମାରୋହରେ ଗଣେଶ ପ୍ରତିମା ପ୍ରତିଷ୍ଠା କରିଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ରଶ୍ମୀ ଠାକରେ ଏବଂ ପୁଅ ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଆଉ ଜଣେ ପୁଅ ତେଜ ତାଙ୍କ ସହ ଉପସ୍ଥିତ ଥିଲେ ।
ବିନା ଆଡମ୍ବରରେ ନିଜ ବାସଭବନର ଗଣେଶ ପୂଜା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ସରକାରୀ ବାସଭବନରେ ବିନା ସମାରୋହରେ ଗଣେଶ ପ୍ରତିମା ପ୍ରତିଷ୍ଠା କରିଛନ୍ତି।
ନିଜ ବାସ ଭବନରେ ଗଣେଶ ପ୍ରତିମା ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ଠାକରେ
ରାଜ୍ୟରେ ପ୍ରତିବର୍ଷ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବର୍ଷା ବଙ୍ଗଳା ଠାରେ ଗଣେଷ ପ୍ରତିମା ସ୍ଥାପନ କରାଯାଏ। ତେବେ ଚଳିତ ବର୍ଷ ଗଣେଶ ସ୍ଥାପନା ଉତ୍ସବରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀ, ରାଜ୍ୟର ମୁଖ୍ୟ ସଚିବ, ବିଭିନ୍ନ ଦଳର ବିଧାୟକ ଏବଂ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ