ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର

ମୁଖ୍ୟମନ୍ତ୍ରୀ କୋରୋନା ଚିହ୍ନଟ ହେବା ପରେ ତାଙ୍କୁ ଡୁନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ମନ୍ତ୍ରୀଙ୍କ ଚିକିତ୍ସକଙ୍କ ପରାମର୍ଶକ୍ରମେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

CM Trivendra singh rawat shifted to delhi AIIMS on the advice of doctor
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର

By

Published : Dec 28, 2020, 12:21 PM IST

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍ କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ଡୁନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସକ ଏନଏସ ବିଷ୍ଟଙ୍କ ପରାମର୍ଶ ଅନୁସାରେ ତାଙ୍କୁ କିଛି ଡାକ୍ତରଙ୍କ ସହିତ ଦିଲ୍ଲୀ ଏମ୍ସକୁ ପଠାଯାଇଛି ।

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ଗତ ଡିସେମ୍ବର 18 ତାରିଖରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ତାଙ୍କୁ କିଛି ଡାକ୍ତର ଚିକିତ୍ସା କରୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବଳ୍ପ ଜ୍ବର ସହିତ ତାଙ୍କ ଫୁସଫୁସରେ ସଂକ୍ରମଣ ହେବା ପରେ ତାଙ୍କୁ ଡେରାଡୁନର ଡୁନ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଏକ ଡାକ୍ତରୀ ଟିମ ରାତିତମାମ ତାଙ୍କର ଚିକିତ୍ସା କରୁଥିଲେ ।

ହେଲେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସକ ଏନଏସ ବିଷ୍ଟଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯିବ । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ହେଲିକପ୍ଟର ଜରିଆରେ ଜୌଲୀ ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହାପରେ ତାଙ୍କୁ ଷ୍ଟେଟ ପ୍ଲେନ ଜରିଆରେ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details