ଥିରୁଅନନ୍ତପୁରମ୍: ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଆନୁଷ୍ଠାନିକ ଭାବେ କେରଳକୁ ସର୍ବଶିକ୍ଷା କ୍ଷେତ୍ରର ପ୍ରଥମ ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ସରକାରୀ ବିଦ୍ୟାଳୟ ଗୁଡିକର ଡିଜିଟାଲାଇଜେସନର ଏକ ଅଂଶ ଭାବରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶ୍ରେଣୀଗୃହ ସ୍ଥାପନ କରାଯାଇଛି। ସ୍ମାର୍ଟ କ୍ଲାସରୁମ୍ ପ୍ରକଳ୍ପ ପାଇଁ 16,027 ବିଦ୍ୟାଳୟକୁ 3,74,274 ଡିଜିଟାଲ୍ ଉପକରଣ ବଣ୍ଟନ କରାଯାଇଥିଲା ।