ଓଡିଶା

odisha

ETV Bharat / bharat

ଗ୍ୟାସ ଏଜେନ୍ସିର ବଡ ଭୁଲ, ଏବେ ବି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ - ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଏବେବି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ଶିବରାଜ ସିଂହ ଚୌହାନ । ମଧ୍ୟପ୍ରଦେଶର ଏକ ଗ୍ୟାସ ଏଜେନ୍ସି ନିଜ ବିଲରେ ଏପରି ଦର୍ଶାଇବା ସହ ତାଙ୍କର ଯୋଜନାକୁ ପ୍ରଚାର କରୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 16, 2019, 12:18 PM IST

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ? ଶିବରାଜ ସିଂହ ଚୌହାନ ନା କମଲନାଥ । ଆମେ ଏପରି ପ୍ରଶ୍ନ ଏଥିପାଇଁ ପଚାରୁଛୁ କାରଣ ମଧ୍ୟପ୍ରଦେଶର ଏକ ଗ୍ୟାସ ଏଜେନ୍ସି ଏବେ ବି ନିଜ ବିଲରେ ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଇବା ସହ ତାଙ୍କର ଯୋଜନାକୁ ପ୍ରଚାର କରୁଛି।

ଆଉ କିଛି ଦିନ ପରେ କମଲନାଥ ସରକାରଙ୍କୁ ବର୍ଷେ ପୂରିବାକୁ ଥିବାବେଳେ, ଏହି ଏଜେନ୍ସି କିପରି ଏତେ ଦିନ ହେବ ଏପରି କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ କମଲନାଥ ମୁଖ୍ୟମନ୍ତ୍ରୀ ହେବାକୁ ବର୍ଷେ ପୁରିବାକୁ ଯାଉଥିବେ, କିପରି ଏହି ଗ୍ୟାସ ଏଜେନ୍ସି ମୁଖ୍ୟମନ୍ତ୍ରୀ କିଏ ବୋଲି ଜାଣି ପାରିନାହିଁ । କିପରି ଏବେ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ କହି ବୁଲୁଛି ତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ କମଲନାଥ ସରକାରଙ୍କ ବର୍ଷେ ପୂରିବାକୁ ଥିବାବେଳେ ସରକାରୀ ଅଧିକାରୀଙ୍କ ମଧ୍ୟ ଏଥିପ୍ରତି ନଜର କିପରି ନାହିଁ, ତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ସେପଟେ ଏହା ପୂର୍ବରୁ ଛପା ଯାଇଥିଲା ଓ ଏହାକୁ ବ୍ୟବହାର କରିବାର ନଥିଲା ବୋଲି ସ୍ଥାନୀୟ ପ୍ରଶାସନ କହିବା ସହ ନିୟମ ଅନୁସାରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି ।

ABOUT THE AUTHOR

...view details