କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ 5 ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ଦେଶରେ କୋରୋନା ବିରୋଧୀ ଲଢେଇରେ ସହଯୋଗ କରିବାକୁ 5 ଲକ୍ଷ ପ୍ରଦାନ କରିଛନ୍ତି ।
ସିଏମ ମମତା ବାନାର୍ଜୀ କହିଛନ୍ତି ଯେ, ସେ ତାଙ୍କର ସୀମିତ ସମ୍ବଳ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ 5 ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ ପାଣ୍ଠିକୁ 5 ଲକ୍ଷ ଟଙ୍କା ଦେଉଛନ୍ତି । COVID-19 ମୁକାବିଲା ପାଇଁ ଆମ ଦେଶରେ ସମସ୍ତ ଉଦ୍ୟମକୁ ସମର୍ଥନ କରିବାକୁ ସେ ଟ୍ବିଟ କରିଛନ୍ତି ।