ଓଡିଶା

odisha

ETV Bharat / bharat

ରାଜ୍ୟପାଳଙ୍କ ଭାଷଣ ବିନା ବଜେଟ ଆଗତ, ଜୟଶ୍ରୀରାମ କହି ୱାକଆଉଟ୍ କଲା ବିଜେପି - ପଶ୍ଚିମବଙ୍ଗ ବଜେଟ ଉପସ୍ଥାପନ

ରାଜ୍ୟ ରାଜନୀତିର ସରଗରମ ସ୍ଥିତି ମଧ୍ୟରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । । ସର୍ବପ୍ରଥମେ ବାମଦଳ ଓ କଂଗ୍ରେସ ଗୃହତ୍ୟାଗ କରିଥିବା ବେଳେ ଏହାପରେ ଜୟ ଶ୍ରୀରାମ ନାରା ଦେଇ ୱାକଆଉଟ କରିଥିଲା ବିଜେପି । ଅଧିକ ପଢନ୍ତୁ...

ବଜେଟ ଉପସ୍ଥାପନ କଲେ ଦିଦି, ଜୟଶ୍ରୀରାମ କହି ବିଜେପି କଲା ୱାକଆଉଟ
ବଜେଟ ଉପସ୍ଥାପନ କଲେ ଦିଦି, ଜୟଶ୍ରୀରାମ କହି ବିଜେପି କଲା ୱାକଆଉଟ

By

Published : Feb 5, 2021, 5:37 PM IST

କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିର ସରଗରମ ସ୍ଥିତି ମଧ୍ୟରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ରାଜନୀତିରେ ଏଭଳି ପ୍ରଥମ ଥର ଦେଖିବାକୁ ମିଳିଛି, ଯେଉଁଠି ଖୋଦ ମୁଖ୍ୟମନ୍ତ୍ରୀ କରିଛନ୍ତି ବଜେଟ ଉପସ୍ଥାପନ । ତେବେ ଏହି ବଜେଟ ଅଧିବେଶନରେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେପି ।

ପଶ୍ଚିମବଙ୍ଗ ବିଧାନସଭାରେ ପହଞ୍ଚି ଯେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଜେଟ ଉପସ୍ଥାପନ ଆରମ୍ଭ କଲେ ସେତେବେଳେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଙ୍ଗାମା । ସର୍ବପ୍ରଥମେ ବାମଦଳ ଓ କଂଗ୍ରେସ ଗୃହତ୍ୟାଗ କରିଥିବା ବେଳେ ଏହାପରେ ଜୟ ଶ୍ରୀରାମ ନାରା ଦେଇ ୱାକଆଉଟ କରିଥିଲା ବିଜେପି ।

ପଶ୍ଚିମବଙ୍ଗର ବର୍ତ୍ତମାନ ବିଧାନସଭା କାର୍ଯ୍ୟାବଧିର ଏହା ଶେଷ ବଜେଟ । ନିର୍ବାଚନର ଠିକ ପୂର୍ବରୁ ଏହି ବଜେଟ ଆଗତ ହୋଇଛି, ଯାହା ଜରିଆରେ ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନିଜ ଗଡ ବଞ୍ଚାଇବାକୁ ଭରପୁର ପ୍ରୟାସ କରିଛନ୍ତି ଦିଦି ।

ମମତା ବାନାର୍ଜୀ ରାଜ୍ୟର କୃଷକ ବନ୍ଧୁ ଯୋଜନା ଅନ୍ତର୍ଗତ ଚାଷୀ ଭତ୍ତାରେ ବୃଦ୍ଧିର ଘୋଷଣା କରିଛନ୍ତି । ଚାଷୀଙ୍କୁ ଏହି ଯୋଜନା ଅନ୍ତର୍ଗତ ପ୍ରତି ଏକର ପିଛା 5 ହଜାର ବଦଳରେ ଏବେ 6 ହଜାର ଟଙ୍କା ମିଳିବ । ଏହାସହ ମମତା ସରକାର ନୂଆ କମନ କିଚେନ ସ୍କିମ ପାଇଁ 100 କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି । କମନ କିଚେନ ମା’ ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କୁ କମ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ ।

ABOUT THE AUTHOR

...view details