ଓଡିଶା

odisha

ETV Bharat / bharat

ଦୀପାବଳିରେ ଆରମ୍ଭ ଖଟ୍ଟରଙ୍କ ଦ୍ବିତୀୟ ପାଳି

ପବିତ୍ର ଦୀପାବଳିରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଦାୟିତ୍ବ ଗ୍ରହଣ କରିବେ ମନୋହର ଲାଲ ଖଟ୍ଟର ।

By

Published : Oct 27, 2019, 10:55 AM IST

ଫାଇଲ ଫଟୋ

ହାଇଦ୍ରାବାଦ: ସାରା ଦେଶରେ ଧୂମଧାମରେ ଦୀପାବଳି ପାଳନ ଚାଲିଥିବା ବେଳେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରସ୍ତୁତ ହେଉଛନ୍ତି । ଆଜି ଅପରାହ୍ନ 2ଟାରେ ରାଜଭବନରେ ଖଟ୍ଟର ଦ୍ବିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ଉପ-ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେବେ । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ଖଟ୍ଟରଙ୍କ ମନ୍ତ୍ରୀମଣ୍ଡଳ ଦୀପାବଳି ପରେ ଗଠନ ହେବ ।

ସୂଚନାଯୋଗ୍ୟଯେ 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନାହିଁ । ଫଳରେ ବିଜେପି ଓ ଜେଜେପି ମିଳିତ ଭାବେ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ଗତକାଲି(ଶନିବାର) ଚଣ୍ଡିଗଡ ଠାରେ ବିଜେପି ବିଧାୟକ ଦଳର ବୈଠକ ବସି ନେତା ଚୟନ କରାଯାଇଥିଲା । ପରେ ଅପରାହ୍ନରେ ଉଭୟ ଦଳ ମିଳିତ ଭାବେ ରାଜ ଭବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ।

ABOUT THE AUTHOR

...view details