ନୂଆଦିଲ୍ଲୀ: ପ୍ରଚାରରେ ପରପ୍ପରକୁ କଟୁ ମନ୍ତବ୍ୟ ଦେବା ରାଜନୀତିରେ ନୂଆ କଥା ନୁହେଁ । ଏବି ରାଜଧାନୀ ଦିଲ୍ଲୀ ପାଇଁ ଜୋରଦାର ପ୍ରଚାର, ରାଲି, ସାଧାରଣ ସଭା ଜାରି ରଖିଛନ୍ତି ରାଜନୈତିକ ଦଳ । ଏହା ଭିତରେ ଆପ୍ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବାକ ଯୁଦ୍ଧ ସୀମା ଟପିବାରେ ଲାଗିଛି । ଅମିତ ଶାହଙ୍କୁ ଟାର୍ଗେଟ କରି ଆତଙ୍କବାଦ ବୟାନକୁ ନେଇ କଡା ଜବାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କିଛି ଲୋକ ମୋତେ ଆତଙ୍କବାଦୀ କହୁଛନ୍ତି । କିନ୍ତୁ ମୁଁ ଆତଙ୍କବାଦୀ ନୁହେଁ ଜଣେ ଏକନିଷ୍ଠ ଦେଶଭକ୍ତ ।
ମୁଁ ଆତଙ୍କୀ ନୁହେଁ, ଜଣେ କଠୋର ଦେଶଭକ୍ତ: ଅରବିନ୍ଦ କେଜ୍ରିୱାଲ - କଠୋର ଦେଶଭକ୍ତ କେଜ୍ରିୱାଲ
ଅମିତ ଶାହଙ୍କୁ ଟାର୍ଗେଟ କରି ଆତଙ୍କବାଦ ବୟାନକୁ ନେଇ କଡା ଜବାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କିଛି ଲୋକ ମୋତେ ଆତଙ୍କବାଦୀ କହୁଛନ୍ତି । କିନ୍ତୁ ମୁଁ ଆତଙ୍କବାଦୀ ନୁହେଁ ଜଣେ ଏକନିଷ୍ଠ କଠୋର ଦେଶଭକ୍ତ । ଅଧିକ ପଢନ୍ତୁ...
CM kejriwal jansabha in babarpur for Delhi Assembly Elections 2020
ସୂଚନା ଅନୁସାରେ କେଜ୍ରିୱାଲ ବାବରପୁର ବିଧାନସଭା କ୍ଷେତ୍ରରେ ଗୋପାଳ ରାୟଙ୍କୁ ସମର୍ଥନ ନେଇ ଆୟୋଜିତ ସାଧାରଣ ସଭାରେ ସମ୍ବୋଧିତ କରି ବିଜେପିକୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ଏବେ ଦିଲ୍ଲୀରେ ଅନେକ କାର୍ଯ୍ୟ କରିବା ବାକି ଅଛି । ଆଗାମୀ 5 ବର୍ଷରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।
ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀରେ ଆୟୋଜିତ ଏକ ନିର୍ବାଚନ ସଭାରେ ବିଜେପି ସାଂସଦ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ।