ସିମଲା: ଆସନ୍ତା ଅକ୍ଟୋବର 3 ତାରିଖରେ ହିମାଚଳପ୍ରଦେଶ ଲାହୌଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲାହୌଲର ସିସୁ ହେଲିପ୍ୟାଡରେ ପହଁଚି ଏଠାକାର ସମସ୍ତ ପ୍ରସ୍ତୁତି ଦାୟ୍ବିତ ନିଜ ହାତକୁ ନେବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଷୟିକ ଶିକ୍ଷାମନ୍ତ୍ରୀ ରାମଲାଲ ମାରକଣ୍ଡା ମଧ୍ୟ ତାଙ୍କ ସହ ଉପସ୍ଥିତ ରହି ଲାହୌଲରେ କରାଯିବାକୁ ଥିବା ପ୍ରସ୍ତୁତି ସଂପର୍କରେ ଅବଗତ କରାଇଛନ୍ତି ।
ମୋଦିଙ୍କ ହିମାଚଳ ଗସ୍ତକୁ ନେଇ ଜୟରାମଙ୍କ ପ୍ରସ୍ତୁତି - ମୋଦିଙ୍କ ହିମାଚଳପ୍ରଦେଶ ଗସ୍ତ
ହିମାଚଳପ୍ରଦେଶରେ ମୋଦିଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସମସ୍ତ ପ୍ରସ୍ତୁତି ଦାୟିତ୍ବ ବହନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଯେପରି କିଛି ଅଭାବ ନ ରୁହେ ସେଥଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାମଲାଲ ପ୍ରଥମେ ଅଟଳ ରୋହତାଙ୍ଗ ଟନେଲକୁ ଯାଞ୍ଚ କରିଥିଲେ । ଏହାପରେ ସେ ମନାଲିରେ ପହଁଚି ସେଠାରେ ସୋଲାଙ୍ଗ ନାଲାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଞ୍ଚକୁ ତଦାରଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତରେ ଯେପରି କିଛି ଅଭାବ ନ ରୁହେ ସେଥିପାଇଁ ସେ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 3 ତାରିଖରେ ହିମାଚଳପ୍ରଦେଶ ଗସ୍ତ କରି ଅଟଳ ରୋହତାଙ୍ଗ ଟନେଲକୁ ଉଦଘାଟନ କରିବେ । ଗସ୍ତ ସମୟରେ ମୋଦି ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହି ସମୟରେ ପ୍ରତ୍ୟେକ କାର୍ଯ୍ୟକ୍ରମସ୍ଥଳରେ ଏକ ହଜାରରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀ ନିୟୋଜିତ କରାଯିବ ।