ଓଡିଶା

odisha

ETV Bharat / bharat

ଜଗନଙ୍କ ଆବେଦନ ଖାରଜ, ପ୍ରତି ସପ୍ତାହରେ କୋର୍ଟରେ ହେବେ ହାଜର - ଜଗନଙ୍କ ଆବେଦନ ଖାରଜ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଅଦାଲତରୁ ମିଳିଛି ଝଟକା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ପ୍ରତି ସପ୍ତାହ କୋର୍ଟରେ ହାଜର ପାଇଁ ତାଙ୍କୁ ମିଳିଛି ନିର୍ଦ୍ଦେଶ।

ଫାଇଲ ଫଟୋ

By

Published : Nov 1, 2019, 2:10 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଅଦାଲତରୁ ମିଳିଛି ଝଟକା। ପ୍ରତି ସପ୍ତାହରେ ତାଙ୍କୁ ଅଦାଲତରେ ହାଜର ହେବାକୁ ପଡିବ। ଆୟ ବର୍ହିଭୂତ ଠୁଳ କରିବା ମାମଲାରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ନହେବାକୁ ଆବେଦନ କରିଥିଲେ ସେ। ତାଙ୍କର ଆବେଦନକୁ ଶୁକ୍ରବାର ଅଦାଲତ ଖାରଜ କରିଛନ୍ତି।

କୋର୍ଟ 18 ଅକ୍ଟୋବରରେ ନିଜର ରାୟ ସଂରକ୍ଷିତ ରଖିଥିବା ବେଳେ ଶୁକ୍ରବାର ଏହାର ଶୁଣାଣି କରିଛନ୍ତି। ଏ ଆଧାରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ନ ହେବାକୁ ଆବେଦନ କରିଥିଲେ। ସାମ୍ବିଧାନିକ ପଦବୀରେ ଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ ହେବାକୁ ପଡୁଥିବାରୁ, ସେ ହାଜର ହୋଇପାରିବେ ନାହିଁ ବୋଲି କୋର୍ଟରେ ଆବେଦନ କରିଥିଲେ।

ଏହି ଆବେଦନକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇଥିଲା। ସାଂସଦ ଥିବା ସମୟରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଆବେଦନ ଖାରଜ କରାଯାଉ ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା।

ABOUT THE AUTHOR

...view details