ଓଡିଶା

odisha

ETV Bharat / bharat

ହୋମ କ୍ବାରେଣ୍ଟାଇନରେ ଝାଡଖଣ୍ତ ମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ - ହୋମ କ୍ବାରେଣ୍ଟାଇନରେ ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ହୋମ କ୍ବାରେଣ୍ଟାଇନରେ ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବିଧାୟକ ମାଥୁରା ମହାଟୋ ଓ ମନ୍ତ୍ରୀ ମିଥିଲେସ ଠାକୁରଙ୍କ ସଂଷ୍ପର୍ଶରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ହୋମକ୍ବାରେଣ୍ଟାଇରେ ମହାରାଷ୍ଟ୍ରର ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟ । ଅଧିକ ପଢନ୍ତୁ...

cm hemant soren home quarantine in ranchi
ହୋମ କ୍ବାରେଣ୍ଟାଇନରେ ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

By

Published : Jul 8, 2020, 2:53 PM IST

ରାଞ୍ଚି: ହୋମ କ୍ବାରେଣ୍ଟାଇନରେ ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଜେଏମଏମ ବିଧାୟକ ମାଥୁରା ମହାଟୋ ଓ ମନ୍ତ୍ରୀ ମିଥିଲେସ ଠାକୁରଙ୍କ ସଂଷ୍ପର୍ଷରେ ଆସିବାରୁ ମୁଖ୍ୟମନ୍ତ୍ରୀ ନିଜକୁ ହୋମକ୍ବାରେଣ୍ଟାଇନରେ ରଖିଛନ୍ତି । ଗତ କିଛିଦିନ ତଳେ ଏହି ଦୁଇ ଜଣ କୋରୋନାରେ ପଜେଟିଭ ଚିହ୍ନଟ ହୋଇଥିଲେ ।

ତେବେ ଝାଡଖଣ୍ତରେ କୋଭିଡ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ପଜେଟିଭ ସଂଖ୍ୟା 2996 ରହିଥିବା ବେଳେ ସେଥିମଧ୍ୟରୁ 870 ସକ୍ରିୟ ମାମଲା ରହିଛି । 22ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ 2104 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ହୋମକ୍ବାରେଣ୍ଟାଇନରେ ମହାରାଷ୍ଟ୍ରର ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟ । ତାଙ୍କ କାର୍ଯ୍ୟାଳୟରେ ଜଣେ ଟେଲିଫୋନ ଅପରେଟର କୋରୋନା ପଜେଟିଭ ଚିହ୍ନଟ ହେବା ପରେ ସେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି । ତେବେ କେବଳ ମନ୍ତ୍ରୀ ନୁହଁନ୍ତି ଟେଲିଫୋନ ଅପରେଟରଙ୍କ ସଂଶ୍ପର୍ଷରେ ଆସିଥିବା ସମସ୍ତ କର୍ମଚାରୀ ନିଜକୁ ହୋମକ୍ବାରେଣ୍ଟାଇରେ ରଖିଛନ୍ତି । ମହାରାଷ୍ଟ୍ରରେ ତିନି ପ୍ରମୁଖ ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ମହାରାଷ୍ଟ୍ରରେ କୋଭିଡ ମାମଲା 2 ଲକ୍ଷ 17 ହଜାର 121 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 9250 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details