ଓଡିଶା

odisha

ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଅଣ୍ଟା ଭିଡିଲେ ଗେହଲଟ ସରକାର

ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି ଲକଡାଉନ କାରଣରୁ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏଣୁ ଆମେ ବହୁତ ଶୀଘ୍ର ଆମେ ସେମାନଙ୍କୁ ନିଜ ଘରକୁ ଫେରାଇ ଆଣିବୁ ।

tweet
ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଅଣ୍ଟା ଭିଡିଲେ ଗେହଲଟ ସରକାର

By

Published : Apr 27, 2020, 12:43 PM IST

ଜୟପୁର: ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି ଲକଡାଉନ କାରଣରୁ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏଣୁ ଆମେ ବହୁତ ଶୀଘ୍ର ଆମେ ସେମାନଙ୍କୁ ନିଜ ଘରକୁ ଫେରାଇ ଆଣିବୁ । ଏଥିସହ ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ ।

ଏଥିସହ ମୁଖ୍ୟମନ୍ତ୍ରୀ ଗେହଲଟ ଟ୍ବିଟ ଜରିଆରେ କହିଛନ୍ତି,‘ ରାଜ୍ୟ ସରକାରଙ୍କ ବହୁ ଚେଷ୍ଟା ପରେ ରାଜସ୍ଥାନର ପ୍ରବାସୀ ଶ୍ରମିକମାନେ ବାହାର ରାଜ୍ୟରୁ ସେମାନଙ୍କ ଘରକୁ ଫେରିବେ । ଲକଡାଉନ ସମୟରେ ଏହି ଶ୍ରମିକମାନେ ବହୁ କଷ୍ଟ କରିଛନ୍ତି । ବର୍ତ୍ତମାନ ସେମାନେ ଯେତେବେଳେ ଫେରିବେ ଆମର କର୍ତ୍ତବ୍ୟ ହେଉଛି ସେମାନଙ୍କର ଉପଯୁକ୍ତ ଯତ୍ନ ନେବା । ସେମାନଙ୍କୁ ଖାଦ୍ୟ, ଔଷଧ ଏବଂ କ୍ବାରେଣ୍ଟିନ ସୁବିଧା ଯୋଗାଇବା ନେଇ ଗେହଲଟ ଟ୍ବିଟ କରି କହିଛନ୍ତି ।

ଏଥିସହ ଅଶୋକ ଗେହଲଟ କହିଛନ୍ତି, ଏତେ କଷ୍ଟ ସମୟ ପରେ ଯେତେବେଳେ ଆମ ଭାଇ ଏବଂ ଭଉଣୀମାନେ ସେମାନଙ୍କ ଘରକୁ ଫେରିବେ ସେମାନଙ୍କୁ ସହଯୋଗ କରିବା ପାଇଁ ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି । ରାଜସ୍ଥାନର ସଂସ୍କୃତି ପାଳନ କରି ଆମେ ଆମ ଲୋକମାନଙ୍କୁ କେବେ ଚିନ୍ତା କିମ୍ବା କୌଣସି ଅସୁବିଧାରେ ରଖିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଆଉ ଏକ ଟ୍ବିଟରେ କହିଛନ୍ତି ।

ପ୍ରକାଶ ଥାଉକି, ଏହା ପୂର୍ବରୁ ଯୋଗୀ ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଏକ ଲିଷ୍ଟ ତିଆରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details