ଓଡିଶା

odisha

ETV Bharat / bharat

ବିଧାୟକଙ୍କୁ ଗେହଲଟଙ୍କ ଚିଠି, ଗଣତନ୍ତ୍ର ବଞ୍ଚାଇବାକୁ ଜନତାଙ୍କ ସ୍ବର ଶୁଣ - ବିଧାୟକଙ୍କୁ ଗେହଲଟଙ୍କ ଚିଠି

ସମସ୍ତ ବିଧାୟକଙ୍କୁ ଚିିଠି ଲେଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଚିଠି ମାଧ୍ୟମରେ ଘୋଡା ବେପାରରୁ ଦୂରେଇ ରହିବାକୁ କଲେ ଅପିଲ ।

ଗଣତନ୍ତ୍ର ବଞ୍ଚାଇବାକୁ ଜନତାଙ୍କ ସ୍ବର ଶୁଣ
ଗଣତନ୍ତ୍ର ବଞ୍ଚାଇବାକୁ ଜନତାଙ୍କ ସ୍ବର ଶୁଣ

By

Published : Aug 9, 2020, 3:44 PM IST

ଜୟପୁର : ରାଜସ୍ଥାନରେ ବିଧାନସଭା ଅଧିବେଶନ ତାରିଖ ପାଖେଇ ଆସୁଛି । ରାଜ୍ୟର ରାଜନୀତିର କାର୍ଯ୍ୟକଳାପରେ ତୀବ୍ର ପ୍ରତିକ୍ରିୟା ବଢିବାରେ ଲାଗିଛି। ଗୋଟିଏ ପଟେ କଂଗ୍ରେସ ନିଜର ବିଧାୟକଙ୍କୁ ଏକଜୁଟ ରଖିବାକୁ ରିସୋର୍ଟରେ ରଖିଛି । ସେପଟେ ବିଜେପି ନିଜର ବିଧାୟକଙ୍କୁ ଗୁଜରାଟ ସ୍ଥାନାନ୍ତର କରିଛି । ଏପରି ସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ ବିଧାୟକଙ୍କୁ ଏକ ଚିଠି ଲେଖିଛନ୍ତି ।

ଏହି ଚିଠିରେ ଗେହଲଟ ସମସ୍ତ ବିଧାୟକଙ୍କ ସଙ୍କଟ ସମୟରେ ଏକଜୁଟ ରହିବାକୁ ଅପିଲ କରିଛନ୍ତି । ବିଧାୟକଙ୍କୁ ସତ୍ୟ ସହିତ ଛିଡା ରହିବାକୁ ନିବେଦନ କରିଛନ୍ତି । ତାଙ୍କ ସରକାରଙ୍କୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି । ସିଏମ ରାଜ୍ୟର ବିଧାୟକଙ୍କୁ କହିଛନ୍ତି, ରାଜ୍ୟରେ ଘୋଡା ବ୍ୟବସାୟ କରିବାର ପରମ୍ପରା ଭଲ ନୁହେଁ।

ବିଧାୟକଙ୍କୁ ଗେହଲଟଙ୍କ ଚିଠି

ଏହି ଚିଠିରେ ସିଏମ୍ 2018ରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ପରେ କଣ କାମ କରିଛି ତାହାର ବର୍ଣ୍ଣନା କରିଛନ୍ତି । ମହାମାରୀ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି କୋରୋନାକୁ ନିୟନ୍ତ୍ରଣକୁ କରିପାରିଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ । ଏଥି ସହ ସେ ଲେଖିଛନ୍ତି ଯେ ଏଭଳି ପରିସ୍ଥିତିରେ ମଧ୍ୟ ଆମର କିଛି ସହକର୍ମୀ ତଥା ବିରୋଧୀ ଦଳର କିଛି ନେତା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଆମ ସରକାରକୁ ଅସ୍ଥିର କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି, ଏହା ଦୁର୍ଭାଗ୍ୟଜନକ।

ରାଜ୍ୟ ରାଜନୀତିରୁ ଘୋଡା ବେପାରକୁ ଦୂରରେ ରହିବାକୁୁ ଚିଠି ମାଧ୍ୟମରେ ବିଧାୟକଙ୍କୁ ନିବେଦନ କରାଯାଇଛି। ଏହା ରାଜ୍ୟରେ ଏକ ଭୁଲ ପରମ୍ପରା ଆରମ୍ଭ କରିବ । ଏଥିପାଇଁ ସେ 1993-96 ମସିହାରେ ସରକାରଙ୍କୁ ହଟାଇବା ପାଇଁ ଭୋରୋ ସିଂ ଶେଖୱାତ ସରକାରଙ୍କ ଉଦ୍ୟମକୁ ମଧ୍ୟ ଉଲ୍ଲେଖ କରିଥିଲେ।

ଅଶୋକ ଗେହଲଟ ଲେଖିଛନ୍ତି, 'ଗଣତନ୍ତ୍ରକୁ ବଞ୍ଚାଇବାକୁ ଏବଂ ଆମ ଭିତରେ ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ଏବଂ ଭୁଲ ପରମ୍ପରାକୁ ଏଡ଼ାଇବାକୁ ଜନତାଙ୍କ ସ୍ବର ଶୁଣିବାକୁ ପଡିବ । ତେବେ ସେ ଯେ କୌଣସି ଦଳ ହୁଅନ୍ତି ନା କାହିଁକି ।

ABOUT THE AUTHOR

...view details