ଓଡିଶା

odisha

ETV Bharat / bharat

କୋରୋନାରୁ ରକ୍ଷା ପାଇଁ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କଲେ ରାଜସ୍ଥାନ ସିଏମ

ଆଲୋଚନା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରବାସୀମାନଙ୍କୁ ଶୀଘ୍ର ଆନ୍ତଃ ରାଜ୍ୟ ଏବଂ ଆନ୍ତଃ ଜିଲ୍ଲା ପାସ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନ ସିଏମ କୋରୋନାରୁ ରକ୍ଷା ପାଇଁ ବିଧାୟକ ଓ ସାଂସଦଙ୍କ ସହ କଲେ ଆଲୋଚନା
ରାଜସ୍ଥାନ ସିଏମ କୋରୋନାରୁ ରକ୍ଷା ପାଇଁ ବିଧାୟକ ଓ ସାଂସଦଙ୍କ ସହ କଲେ ଆଲୋଚନା

By

Published : May 11, 2020, 3:05 PM IST

ଜୟପୁର: ରବିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉଦୟପୁର, ଯୋଧପୁର, ବିକାନେର, କୋଟା ଏବଂ ଭରତପୁର ଡିଭିଜନର ବିଧାୟକ ତଥା ସାଂସଦମାନଙ୍କ ସହ ପରାମର୍ଶ କରି ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ରଣନୀତି ଉପରେ ପରାମର୍ଶ ମାଗିଛନ୍ତି । ବିଧାନସଭା ବାଚସ୍ପତି ଡକ୍ଟର ସିପି ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବିରୋଧୀ ଦଳର ନେତା ଗୁଲାବଚନ୍ଦ କଟାରିଆ, ବିରୋଧୀ ଦଳର ଡେପୁଟି ନେତା ରାଜେନ୍ଦ୍ର ରାଠୋଡ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପିପି ଚୌଧରୀ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନାରେ ଭାଗ ନେଇଥିଲେ।

ରାଜସ୍ଥାନ ସିଏମ କୋରୋନାରୁ ରକ୍ଷା ପାଇଁ ବିଧାୟକ ଓ ସାଂସଦଙ୍କ ସହ କଲେ ଆଲୋଚନା

ଆଲୋଚନା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରବାସୀମାନଙ୍କୁ ଶୀଘ୍ର ଆନ୍ତଃ ରାଜ୍ୟ ଏବଂ ଆନ୍ତଃ ଜିଲ୍ଲା ପାସ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ସୀମାରେ ପୃଥକ ବାସସ୍ଥାନ ବ୍ୟବସ୍ଥା କରାଯିବା ଉଚିତ ଏବଂ ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ କୋରୋନା ଭାଇରସ ବ୍ୟତୀତ ଦୁର୍ଘଟଣା ସମେତ ଅନ୍ୟ ରୋଗର ରୋଗୀଙ୍କୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ସେ କହିଛନ୍ତି ଯେ କୃଷି ମଣ୍ଡି ଉପରେ ଆଦାୟ କରାଯାଉଥିବା ଶୁଳ୍କକୁ ସରକାର ଫେରସ୍ତ କରନ୍ତୁ। କଂଗ୍ରେସ ଏବଂ ବିଜେପି ବିଧାୟକଙ୍କ ସହ ସିପିଏମ୍, ବିଟିପି, ଆରଏଲଡି ଏବଂ ସ୍ବାଧୀନ ବିଧାୟକମାନେ ମଧ୍ୟ କୋରୋନା ଜୀବାଣୁ ମହାମାରୀ ବିରୋଧରେ ଏହି ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ତଥା ସେମାନଙ୍କ ଅଞ୍ଚଳର ବିଧାୟକ ଭାବରେ ପରାମର୍ଶ ଦେଇଛନ୍ତି।

ସିଏମ ଗେହଲଟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟ ଓ ଘରକୁ ଫେରା ଆଣିବା ପାଇଁ ପ୍ରାୟ 19 ଲକ୍ଷ 20 ହଜାର ଲୋକ ଅନଲାଇନରେ ପଞ୍ଜୀକୃତ କରିଛନ୍ତି । ଏଥିରୁ ଆସୁଥିବା ଲୋକଙ୍କ ସଂଖ୍ୟା ହେଉଛି 12 ଲକ୍ଷ । ବିଧାନସଭା ବାଚସ୍ପତି ସିପି ଜୋଶୀ କହିଛନ୍ତି ଯେ, ଲୋକଙ୍କୁ କୋରୋନା ସହ ରହିବାକୁ ଶିଖିବାକୁ ପଡ଼ିବ। ଏହା ସହିତ, କାର୍ଯ୍ୟ କରିବାର ପଦ୍ଧତିକୁ ପରିବର୍ତ୍ତନ କରିବାକୁ ପଡିବ । ସେ କହିଛନ୍ତି ଯେ ରାଜନୈତିକ ଦଳଗୁଡିକୁ ଲୋକଙ୍କ ମଧ୍ୟରେ କୋରୋନା ଭୟ ଦୂର କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍ ।

ବିଧାନସଭାରେ ବିରୋଧୀ ଦଳର ନେତା ଗୁଲାବଚନ୍ଦ କାଟାରିଆ କହିଛନ୍ତି ଯେ ରାଜସ୍ଥାନକୁ ଆସୁଥିବା ପ୍ରବାସୀମାନଙ୍କର ଯାହା ପାଖରେ ବୈଧ ସ୍ବିକୃତି ଅଛି ସେମାନଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସେହିପରି ସରକାର ଆଦିବାସୀ କ୍ଷେତ୍ର ଉପରେ ଧ୍ୟାନ ଦେବା ଆବଶ୍ୟକ ଯେଉଁଠାରେ ଆଗାମୀ ଦିନରେ ଅନାହାର ଏକ ବଡ଼ ପ୍ରସଙ୍ଗ ହୋଇପାରେ ।

ABOUT THE AUTHOR

...view details