ଓଡିଶା

odisha

ETV Bharat / bharat

ଡାକ୍ତରଖାନାରୁ ୟେଦିୟୁରପ୍ପାଙ୍କ ଭିଡିଓ ବାର୍ତ୍ତା, ଭୟଭୀତ ନହେବାକୁ ଅନୁରୋଧ - ଡାକ୍ତରଖାନାରୁ ୟେଦିୟୁରପ୍ପାଙ୍କ ଭିଡିଓ ବାର୍ତ୍ତା

ମୁଁ ଠିକ ଅଛି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ଶୀଘ୍ର ଭଲ ହୋଇଯିବି ବୋଲି ଡାକ୍ତରମାନେ ଆଜି ସକାଳେ ପରୀକ୍ଷା କରି କହିଥିଲେ ବୋଲି ୟେଦିରୁପ୍ପା କହିଛନ୍ତି ।

ଡାକ୍ତରଖାନାରୁ ୟେଦିୟୁରପ୍ପାଙ୍କ ଭିଡିଓ ବାର୍ତ୍ତା
ଡାକ୍ତରଖାନାରୁ ୟେଦିୟୁରପ୍ପାଙ୍କ ଭିଡିଓ ବାର୍ତ୍ତା

By

Published : Aug 3, 2020, 5:48 PM IST

ବେଙ୍ଗାଲୁରୁ: କୋରୋନାରେ ଆକ୍ରାନ୍ତ ହେବାପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପାଙ୍କୁ ବେଙ୍ଗାଲୁରୁର ମଣିପାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସୋମବାର ସେ ହସ୍ପିଟାଲରୁ ଏକ ଭିଡିଓ ବାର୍ତ୍ତା ସେୟାର କରି ସୁସ୍ଥ ଥିବା କହିଛନ୍ତି । ସେ କହିଛନ୍ତି, ମୁଁ ଠିକ ଅଛି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ଶୀଘ୍ର ଭଲ ହୋଇଯିବି ବୋଲି ଡାକ୍ତରମାନେ ଆଜି ସକାଳେ ପରୀକ୍ଷା କରି କହିଥିଲେ ବୋଲି ୟେଦିରୁପ୍ପା କହିଛନ୍ତି । ଏଥିସହ ସେ ଲୋକଙ୍କୁ ମାସ୍ମ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

ୟେଦିରୁପ୍ପାଙ୍କ ବ୍ୟତୀତ ତାଙ୍କ ଝିଅ ପଦ୍ମାବତୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଉଭୟ ଚିକିତ୍ସିତ ହେଉଛନ୍ତି । ଯଦିଓ ସେମାନଙ୍କ ଶରୀରରେ କୋରୋନାର ସାମାନ୍ୟ ଲକ୍ଷଣ ରହିଛି । ତଥାପି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଶୀଘ୍ର ଡିସଚାର୍ଜ ହେଇଯିବା ନେଇ ଲୋକଙ୍କୁ ଆଶ୍ବାସନା ଦେଇ କହିଛନ୍ତି, ମୁଁ ଶୀଘ୍ର ସୁସ୍ଥ ହେବି। ସରକାରୀ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ମୁଁ ରବିବାର ଠାରୁ ସମସ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି। ମୁଁ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ କଥା ହେଇଛି ବୋଲି ସେ କହିଛନ୍ତି ।

ତେବେ ବିଜେପି ସଭାପତି ଜେ.ପି ନାଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସୁପ୍ରିମୋ ଏଚ ଦେବଗୌଡା, ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ, କଂଗ୍ରେସ ନେତା ସିଦ୍ଧରମୈୟା ଦୟେଦିରୁପ୍ପାଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି ।

ABOUT THE AUTHOR

...view details