ଓଡିଶା

odisha

ETV Bharat / bharat

ସଦାନନ୍ଦ ଗୌଡାଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ହସ୍ପିଟାଲରେ ଭେଟିଲେ ୟେଦୁରପ୍ପା

ଅସୁସ୍ଥ ହୋଇ ଚିକିତ୍ସାଧିନ ଥିବା କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ପଢନ୍ତୁ ଅଧିକ....

ସଦାନନ୍ଦ ଗୌଡାଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ହସ୍ପିଟାଲ ଯାଇ ଭେଟିଲେ ୟେଦୁରପ୍ପା
ସଦାନନ୍ଦ ଗୌଡାଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ହସ୍ପିଟାଲ ଯାଇ ଭେଟିଲେ ୟେଦୁରପ୍ପା

By

Published : Jan 4, 2021, 6:32 PM IST

ବେଙ୍ଗାଲୁରୁ: ଅସୁସ୍ଥ ହୋଇ ଚିକିତ୍ସାଧିନ ଥିବା କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡାଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅପରାହ୍ନରେ ମୋଦି ଗୌଡାଙ୍କ ସହ 3ରୁ 4 ମିନିଟ କଥା ହୋଇଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସଦାନନ୍ଦ ଗୌଡାଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ହସ୍ପିଟାଲ ଯାଇ ଭେଟିଲେ ୟେଦୁରପ୍ପା

ସେହିପରି ହସ୍ପିଟାଲ ଯାଇ ସଦାନନ୍ଦଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ବେଙ୍ଗାଲୁରୁର ଆଷ୍ଟର ହସ୍ପିଟାଲ ଯାଇ ସଦାନନ୍ଦ ଗୌଡାଙ୍କୁ ଭେଟିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ୟେଦୁରପ୍ପା । ଗତକାଲି ସୁଗାର ଜନିତ ସମସ୍ୟା ଯୋଗୁ ସଦାନନ୍ଦଙ୍କୁ ଆଷ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗତକାଲି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା କର୍ଣ୍ଣାଟକର ସିମୋଗାରୁ ଦଳର ଏକ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଫେରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ପରେ ତାଙ୍କୁ ଆଷ୍ଟର ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ତାଙ୍କର କୌଣସି ଜଟିଲ ସ୍ବାସ୍ଥ୍ୟଗତ ସମସ୍ୟା ନଥିବାବେଳେ ତାଙ୍କ ଶରୀରରେ ସୁଗାରର ମାତ୍ରା କମ ଥିବା ସ୍ପଷ୍ଟ କରିଛନ୍ତି । ତେଣୁ ତାଙ୍କୁ ଆଗାମୀ 24 ଘଣ୍ଟା ନିରିକ୍ଷଣରେ ରଖାଯାଇଥିବା ଡାକ୍ତର କହିଛନ୍ତି ।

ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କୁ ଭେଟିବା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ ତଦାରଖ କରିଛନ୍ତି । ଏହି ଅବସରରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details