ବେଙ୍ଗାଲୁର: କୋଭିଡ୍ ମାମଲା ସଙ୍ଗୀନ ହେଉଥିବା ବେଳେ ଚିନ୍ତାରେ କର୍ଣ୍ଣାଟକ ସରକାର। ବେଙ୍ଗାଲୁରୁର 8 ଟି ବିଭାଗରେ କୋଭିଡ୍ ନିୟନ୍ତ୍ରଣ ପଦ୍ଧତିର ତଦାରଖ କରିବା ପାଇଁ 7 ଜଣ ମନ୍ତ୍ରୀ ଓ 8 ଜଣ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ୟେଦୁରପ୍ପା। ଏହାସହ ଘରେ କାର୍ଯ୍ୟରତ ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିଜେ ଏବେ ସଙ୍ଗରୋଧରେ ରହିଛନ୍ତି।
''ମୋ ଘରେ କାର୍ଯ୍ୟରତ ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଁ କିଛି ଦିନ ପାଇଁ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଁ ଆବଶ୍ୟକ ପରାମର୍ଶ ଦେବି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ସୁସ୍ଥ ଅଛି ବୋଲି ଶୁକ୍ରବାର ସିଏମ୍ ୟେଦୁରପ୍ପା ଟୁଇଟ୍ କରି କହିଛନ୍ତି।''