ଓଡିଶା

odisha

By

Published : Feb 22, 2020, 11:03 AM IST

ETV Bharat / bharat

ଟ୍ରମ୍ପଙ୍କ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ନୋ ଏଣ୍ଟ୍ରି !

ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ସେ ବିରାଟ ରୋଡ ଶୋ’ରେ ସାମିଲ ହେବେ । ହେଲେ ଏଥିରେ ସାମିଲ ହେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଗାଡିକୁ ଅନୁମତି ମିଳିନି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

CM bijaya rupani will be not in mega road show
ଟ୍ରମ୍ପଙ୍କ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ନୋ ଏଣ୍ଟ୍ରି !

ଗାନ୍ଧୀନଗର: ଟ୍ରମ୍ପଙ୍କ ରୋଡ ଶୋ’ରେ ସାମିଲ ହେବେନି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ରୋଡ ଶୋ’ରେ ସାମିଲ ହେବାକୁ ଆମେରିକା ସିକ୍ରେଟ ଏଜେନ୍ସି ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇନାହିଁ । ଫଳରେ ମୁଖ୍ୟମନ୍ତ୍ରୀଙ୍କ ସାମିଲ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ଟ୍ରମ୍ପଙ୍କ ରୋଡ ଶୋ’ରେ କେଉଁ ମାନେ ସାମିଲ ହେବେ, କେଉଁ କାରକୁ ମିଳିବ ଏଣ୍ଟ୍ରି ମିଳିବ ତାର ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବ ଆମେରିକାର ସିକ୍ରେଟ ଏଜେନ୍ସି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହେବ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ମୁତୟନ ହେବେ ସେନା । ଏଥିରେ ଭାରତର ଏନଏସଜି ଓ ଏସପିଜି କମାଣ୍ଡର ମଧ୍ୟ ସାମିଲ ହେବେ ।

ABOUT THE AUTHOR

...view details