ଚଣ୍ଡିଗଡ: ଲକ୍-ଡାଉନ୍ ସମୟରେ ଘର ଭିତରେ ଗ୍ୟାସ୍ ସିଲିଣ୍ଡର୍ ଫାଟିବା ହେତୁ ଭୟାଵହ ଅଗ୍ନିକାଣ୍ଡ ଘଟିଛି। ଚଣ୍ଡିଗଡସ୍ଥିତ ନାନକନଗର ଏକ ବିଲ୍ଡିଂରେ ଗ୍ୟାସ୍ ସିଲିଣ୍ଡରରେ ହୋଇଥିବା ପାଇପ୍ ସଂଯୋଗରେ ଲିକେଜ୍ ହେଵାରୁ ହଠାତ୍ ନିଆଁ ବ୍ୟାପି ଯାଇଥିଲା। ଏହି ବିଲ୍ଡିଂ 50ରୁ ଅଧିକ ଶ୍ରମିକ ରହୁଥିବା ବେଳେ ସେମାନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।
ନାନକନଗରରେ ଭୟାଵହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ 50 ଶ୍ରମିକ - ନାନକନଗରରେ ଭୟାଵହ ଅଗ୍ନିକାଣ୍ଡ
ନାନକନଗର ଏକ ବିଲ୍ଡିଂରେ ଗ୍ୟାସ୍ ସିଲିଣ୍ଡରରେ ହୋଇଥିବା ପାଇପ୍ ସଂଯୋଗରେ ଲିକେଜ୍ ହେଵାରୁ ହଠାତ୍ ନିଆଁ ବ୍ୟାପି ଯାଇଥିଲା। ଏହି ବିଲ୍ଡିଂ 50ରୁ ଅଧିକ ଶ୍ରମିକ ରହୁଥିବା ବେଳେ ସେମାନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ, ଏହି ବିଲ୍ଡିଂରେ 14 ଟି ଏଲପିଜି ସିଲିଣ୍ଡର୍ ରହିଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ଠିକ୍ ସମୟରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସିଲିଣ୍ଡର୍ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ତେବେ ଏଭଳି ଅଗ୍ନିକାଣ୍ଡର କାରଣ ସଂପର୍କରେ ଫାୟାର୍ ଅଫିସର୍ ଏସ୍ ଏନ୍ ଶର୍ମା କହିଛନ୍ତି ଯେ, ଶୁକ୍ରବାର ଭୋର 5ଟା 35ରେ ସୂଚନା ହସ୍ତଗତ ହୋଇଥିଲା। ଘଟଣା ସ୍ଥଳକୁ 2ଟି ଦମକଳ ଵାହିନୀ ପଠାଯାଇ ନିଆଁକୁ ଆୟତ୍ତ କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, 57 ବର୍ଷିୟ ଘର ମାଲିକ ରମେଶ କୁମାର ନିଆଁ ଲାଗିବା ଖଵର ପାଇ ନିଜ ବିଲ୍ଡିଂକୁ ଯାଇଥିଲେ। ଘଟଣା ଦେଖିବା ପରେ ତାଙ୍କର ହୃଦଘାତ୍ ହୋଇ ମୃତ୍ୟ ଘଟିଥିବା ଅନୁମାନ କରାଯାଉଛି।