ମସ୍କୋ: ସମଗ୍ର ଦେଶକୁ ଥରହର କରି ରଖିଛି କୋରୋନା । ସ୍ବାସ୍ଥ୍ଯବସ୍ଥା ଠାରୁ ଆର୍ଥିକ ସ୍ଥିତିକୁ ଦୋହ୍ଲାଇ ଦେଇଛି କୋଭିଡ ଭାଇରସ । ଏଥିରୁ ମୁକ୍ତି ପାଇବା ପାଇଁ କେବଳ ଭ୍ୟାକ୍ସିନକୁ ଅପେକ୍ଷା କରାଯାଇଛି । ଚଳିତ ମାସରୁ ଭାରତରେ ରୁଷର କୋରୋନା ଟିକା ସ୍ପୁଟନିକ-V ର ଟ୍ରାଏଲ ଆରମ୍ଭ ହେବ । ଏନେଇ ରୁଷିଆନ ଡାଇରେକ୍ଟର ଇନଭେଷ୍ଟମେଣ୍ଟ-ଫଣ୍ଡ -ଆର୍ଡିଆଏଫ୍ର ସିଇଓ କିରିଲ ଡିମିଟ୍ରିଭ ଏହି ସୂଚନା ଦେଇଛନ୍ତି ।
ଭାରତ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଫିଲିପାଇନ୍ସ ଏବଂ ବ୍ରାଜିଲରେ କ୍ଲିନିକାଲ ପରୀକ୍ଷା ଚଳିତ ମାସରୁ ଆରମ୍ଭ ହେବ। ଡିମିଟ୍ରିଭଙ୍କ ଅନୁସାରେ, ଅଗଷ୍ଟ 26 ରୁ ରୁଷରେ ପଞ୍ଜିକରଣ ଆରମ୍ଭ ପର ଠାରୁ 40 ହଜାରରୁ ଅଧିକ ଲୋକଙ୍କ ଠାରେ ସ୍ପୁଟନିକ-V ଗବେଷଣା ଚାଲିଛି । ଏହାର ତୃତୀୟ ପର୍ଯ୍ୟାୟ ରେଜଲ୍ଟ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ପ୍ରକାଶିତ ହେବ ।