ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ହିଂସା। ଲୋକସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ବନ୍ଦରଲାପଲ୍ଲୀର ପୁଥଳଆପଟ୍ଟୁରେ ରାଜନେତାଙ୍କୁ ହତ୍ୟା । ୱାଇଏସଆରସିପି ଏବଂ ଟିଡିପି କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ଜଣେ ଟିଡିପି ନେତାଙ୍କ ମୃତ୍ୟୁ ଘଟିଛି ।
ନିର୍ବାଚନୀ ହିଂସା, ଜଣେ ଟିଡିପି ନେତାଙ୍କ ମୃତ୍ୟୁ - ଆନ୍ଧ୍ରପ୍ରଦେଶ
ମତଦାନ ଚାଲିଥିବା ବେଳେ ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ହିଂସା। ଓ୍ବାଇଏସଆରସିପି ଏବଂ ଟିଡିପି କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଏଥିରେ ଜଣେ ଟିଡିପି ନେତାଙ୍କ ମୃତ୍ୟୁ ବରଣ କରିଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ତେବେ ସଂଘର୍ଷରେ ସେ ଗୁରୁତର ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ସହ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ମତଦାନ କେନ୍ଦ୍ରରେ ନିର୍ବାଚନୀ ହିଂସା ବଢିଯିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ ହୋଇଥିଲା।
Last Updated : Apr 11, 2019, 3:12 PM IST