ନୂଆଦିଲ୍ଲୀ: କଡା ସୁରକ୍ଷା ଥିବା ଦିଲ୍ଲୀର ତିହାର ଜେଲରେ ପୋଲିସ ଓ କଏଦୀଙ୍କ ମଧ୍ୟରେ ମାରପିଟ ହୋଇଛି । ଘଟଣାରେ ଅନେକ କଏଦୀ ଆହତ ହୋଇଥିବା ନେଇ ଜଣାପଡିଛି । 2 ଜଣ କଏଦୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ଡାକ୍ତରଖାନାକୁ ପଠାଯାଇଛି ।
ତିହାର ଜେଲରେ ପୋଲିସ-କଏଦୀ ମୁହାଁମୁହିଁ, 10 ଆହତ - ତିହାର ଜେଲରେ ଗଣ୍ଡଗୋଳ
ଦିଲ୍ଲୀର ତିହାର ଜେଲରେ ଗଣ୍ଡଗୋଳ । 10ରୁ 12 କଏଦୀଙ୍କୁ ସମାନ୍ୟ ଆଘାତ ଲାଗିଛି । 2 ଜଣ କଏଦୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ଡାକ୍ତରଖାନାକୁ ପଠାଯାଇଛି । ଅଧିକ ପଢନ୍ତୁ...
ତିହାର ଜେଲରେ ଗଣ୍ଡଗୋଳ, ଅନେକ କଏଦୀ ଆହତ
ଅନ୍ୟପକ୍ଷେ ଜେଲ ନମ୍ବର 4ରେ କଏଦୀମାନେ ନିଜନିଜ ମଧ୍ୟରେ ଝଗଡା ଲାଗିଥିବା ନେଇ ଜେଲ ଅଧିକାରୀ ସୂଚନା ଦେଇଛନ୍ତି । ଶନିବାର ଦିନ 12 ପାଖାପାଖି ଏହି ଘଟଣା ଘଟିଥିଲା । କଏଦୀଙ୍କୁ କୋଠରୀ ମଧ୍ୟକୁ ଯିବା ପାଇଁ କୁହାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ଜଣେ କଏଦୀ ଯିବାକୁ ରାଜି ନଥିଲା । ଏହାସହ ସେ ସାଥି କଏଦୀଙ୍କୁ ଉକସାଇବା ଆରମ୍ଭ କରିଥିଲା । ଏହାପରେ ପରସ୍ପର ଝଗଡା ଲାଗିଥିଲେ ।
ମାରପିଟରେ 10ରୁ 12 କଏଦୀ ସମାନ୍ୟ ଆହତ ହୋଇଛନ୍ତି । ଦୁଇ ଜଣ ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ଘଟଣା ପରେ ତିହାର ଜେଲର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଦିଆଯାଇଛି ।