ଓଡିଶା

odisha

ETV Bharat / bharat

ନିଜାମଙ୍କ ପାଣ୍ଠି ଉପରେ କାହାର ରହିଛି ଅଧିକାର, କହିଲେ ନିଜାମଙ୍କ ନାତି - ହାଇଦ୍ରାବାଦର ସପ୍ତମ ନିଜାମ

ହାଇଦ୍ରାବାଦର ସପ୍ତମ ନିଜାମଙ୍କ ବ୍ରିଟେନରେ ଥିବା ପାଣ୍ଠି ଉପରେ ନିଜାମଙ୍କ 120 ଜଣ ଉତ୍ତରାଧିକାରୀଙ୍କ ଅଧିକାର ରହିଛି । ଏହାକୁ ସେମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ନିଜାମଙ୍କ ନାତି ନଜଫ ଅଲ୍ଲି ଖାନ କହିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 4, 2019, 2:25 PM IST

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ନିଜାମ ପାଣ୍ଠି ମାମଲାର ଚୂଡ଼ାନ୍ତ ରାୟ ବ୍ରିଟେନର ଏକ ଅଦାଲତ ବୁଧବାର ପ୍ରକାଶ କରିଛନ୍ତି । ପାକିସ୍ତାନର ଯୁକ୍ତିକୁ ଅଗ୍ରାହ୍ୟ କରି ଅଦାଲତ ହାଇଦ୍ରାବାଦର ସପ୍ତମ ନିଜାମଙ୍କ ବଂଶଜ ତଥା ଉତ୍ତରାଧିକାରୀ ଏବଂ ଭାରତ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ବ୍ରିଟେନରେ ଜମା ଥିବା ନିଜାମଙ୍କ ଅର୍ଥରାଶି ଭାରତ ସରକାର ଏବଂ ନିଜାମଙ୍କ ଉତ୍ତରାଧିକାରୀଙ୍କ ବୋଲି ଅଦାଲତ ନିଜ ରାୟରେ ଶୁଣାଇଥିଲେ।

ସେପଟେ ହାଇଦ୍ରାବାଦର ସପ୍ତମ ନିଜାମ ନବାବ ମୀର ଉସମାନ ଅଲ୍ଲୀ ଖାନ ବାହାଦୁରଙ୍କ ନାତି ତଥା ନିଜାମ ପରିବାର କଲ୍ୟାଣ ସଂଘର ଅଧ୍ୟକ୍ଷ ନବାବ ନଜଫ ଅଲ୍ଲୀ ଖାନ ଏହାକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଅର୍ଥ ଉପରେ ନିଜାମଙ୍କ 120 ଜଣ ଉତ୍ତରାଧିକାରୀଙ୍କ ଅଧିକାର ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଏହି ଅର୍ଥ ବଣ୍ଟାକୁ ନେଇ ଆଲୋଚନା ଜାରି ରହିଛି । ମୋତେ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି ସେମାନଙ୍କର ପ୍ରତିନିଧିତ୍ବ କରିବା ପାଇଁ ବୋଲି ନଜଫ କହିଛନ୍ତି ।

ସୂଚନା ଯୋଗ୍ୟ ଦୀର୍ଘ 70 ଧରି ଚାଲିଥିବା ଏହି ମାମଲା ଶୁଣାଣି କରି ବ୍ରିଟେନର ଅଦାଲତ ଚୂଡ଼ାନ୍ତ ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ଏହି ଶୁଣାଣିରେ ପାକିସ୍ତାନର ଯୁକ୍ତି ଖାରଜ କରିବା ସହିତ ରାୟ ଭାରତ ସରକାର ଏବଂ ନିଜାମଙ୍କ ସପକ୍ଷରେ ଯାଇଥିଲା । ଦେଶ ବିଭାଜନ ସମୟରେ ହାଇଦ୍ରାବାଦର ସପ୍ତମ ନିଜାମ ବ୍ରିଟେନ ସରକାରଙ୍କ ନିକଟରେ ଏହି ଅର୍ଥକୁ ରଖିଥିଲେ।

"ଏହି ଅର୍ଥ ଉକ୍ତ ଦୁଇ ଭାଇଙ୍କର କଦାପି ହେବ ନାହିଁ । ଏହି ଅର୍ଥ ଉପରେ ଏହି ଦୁଇ ଭାଇଙ୍କ ପରିବାରର ଓ ଅନ୍ୟ ସଦସ୍ୟଙ୍କ ଅଧିକାର ରହିଛି ।"

ଏହି ଅର୍ଥକୁ ପାଇବା ପାଇଁ ହାଇଦ୍ରାବାଦର ତତ୍କାଳୀନ ଅଷ୍ଟମ ନିଜାମ ପ୍ରିନ୍‌ସ ମୁକରମ ଜାହା ଏବଂ ତାଙ୍କର ସାନ ଭାଇ ମୁଫକ୍କମ ଜାହା ଭାରତର ସରକାରଙ୍କ ସହିତ ମିଶି ମାମଲା ଲଢିଥିଲେ । ସେଠାକାର ଏକ ବ୍ୟାଙ୍କରେ ପଡ଼ିରହିଥିବା ଏହି ଅର୍ଥର ପରିମାଣ ବର୍ତ୍ତମାନ ସମୟରେ ପାଖାପାଖି ସାଢେ 3 କୋଟି ପାଉଣ୍ଡ(ଭାରତୀୟ ଅର୍ଥରେ ପାଖାପାଖି 308 କୋଟି ଟଙ୍କା) ହେବ ।

ତେବେ ଏହି ଅର୍ଥ ଉକ୍ତ ଦୁଇ ଭାଇଙ୍କର କଦାପି ହେବ ନାହିଁ ବୋଲି ନିଜାମ କହିଛନ୍ତି । ଏହି ଦୁଇ ଭାଇଙ୍କ ପରିବାରର ଓ ଅନ୍ୟ ସଦସ୍ୟଙ୍କ ସହିତ ଏନେଇ ଆଲୋଚନା କରାଯିବ । ଏହି ଅର୍ଥକୁ ପରିବାରର ଅନ୍ୟ ସଦସ୍ୟଙ୍କର ମଧ୍ୟ ଅଧିକାର ରହିଛି । ଯଦି ପ୍ରିନ୍ସ ଓ ତାଙ୍କ ପରିବାର ସଦସ୍ୟ ଏଥିରେ ରାଜି ନ ହୁଅନ୍ତି ତେବେ ଆମେ ଅଦାଲତ ଯିବୁ ବୋଲି ସେ କହିଛନ୍ତି।

ABOUT THE AUTHOR

...view details