ନୁଆଦିଲ୍ଲୀ: ବହୁ ପ୍ରତିକ୍ଷିତ ତଥା ବିବାଦୀୟ ଆଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ମାମଲାର ଆଜି ହେଉଛି 32ତମ ଦିବସ । ତେବେ ଏହି ମାମଲାର ଶୁଣାଣିକୁ ଖୁବ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ସେ କହିଛନ୍ତି କି ଆସନ୍ତା 4 ମାସ ମଧ୍ୟରେ ଏହାର ନିଷ୍ପତ୍ତି ବାହାର କରିବାକୁ 18 ତାରିଖ ସୁଦ୍ଧାର ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଦେଇଦେଲେ ତାହା ଅତ୍ୟନ୍ତ ଚମତ୍କାର କଥା ହେବ ବୋଲି ସେ କହିଥିଲେ ।
ଅନ୍ୟ ବିଚାରପତିଙ୍କ ସହିତ ଆଲୋଚନା ସମ୍ପର୍କରେ ସେ କହିଥିଲେ, ଆସନ୍ତା ମାସ 2 ତାରିଖ ଏବଂ ଦିପାବଳୀକୁ ଦୃଷ୍ଟିରେ ରଖି ଏହାର ନିଷ୍ପତ୍ତି ଶୁଣାଇବାକୁ ହେବ । ଆସନ୍ତା 18 ତାରିଖ ସୁଦ୍ଧା ଏହାର ଚୁଡ଼ାନ୍ତ ନିଷ୍ପତ୍ତି ଆସିବ । ତେବେ ଏଥିପାଇଁ ସମୟ କମ ଥିଲେ ମଧ୍ୟ ଅସମ୍ଭବ ନୁହେଁ ବୋଲି ସେ କହିଥିଲେ ।
ସେପଟେ ବୁଧବାର ମୁସଲିମ ପକ୍ଷ ପୂର୍ବ ବୟାନରୁ ପଛଘୁଞ୍ଚା ଦେଇଥିବା ଜଣାପଡ଼ିଛି । ଏହା ସହିତ ମୁସଲିମ ଲିଗ ଅନୁଯାୟୀ ଅଯୋଧ୍ୟର ବିବାଦୀୟ ସ୍ଥାନର ବାହାର ସ୍ଥାନଟି ରାମ ଚବୁତରା ଅଟେ ଏବଂ ତାହା ରାମଙ୍କ ଜନ୍ମସ୍ଥଳୀ ବୋଲି କହିଛି । ସେହିପରି ଭାରତୀୟ ଐତିହାସିକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟକୁ ମଧ୍ୟ ବିରୋଧ କରିଛି । ସୂଚନା ଯୋଗ୍ୟ ଭାରତୀୟ ଐତିହାସିକ ସର୍ବେକ୍ଷଣ(ଏଏସଆଇ) ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ, ଉକ୍ତ ସ୍ଥାନରେ ପୂର୍ବରୁ ବାବରୀ ମସଜିଦ ରହିଥିଲା । ମାତ୍ର ଏହାକୁ ମୁସଲିମ ଲିଗ ଭୁଲ ଦର୍ଶାଇଥିବା ଜଣାପଡ଼ିଛି ।