ଓଡିଶା

odisha

ETV Bharat / bharat

ସୀମାରେ ପାକର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ନାଗରିକ ମୃତ, 5 ଆହତ - ଜଣେ ନାଗରିକ ମୃତ

ଜମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରର ପାକର ଏଲଓସିରେ ପ୍ରବଳ ଗୁଳିବିନିମୟ ଓ ମୋର୍ଟାର ମାଡ କରିବା ଫଳରେ ଜଣେ 65 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହାସହ 5 ଜଣ ଆହତ ହୋଇଛନ୍ତି। ତେବେ ସୀମା ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ପ୍ରବଳ ଗୁଳି ବର୍ଷଣ ହେବା ଫଳରେ ଏଭଳି ପରିସ୍ଥିତି ଉପୁଜିଥିଲା।

ସୀମାରେ ପାକର ଅସ୍ତ୍ରବିରତୀ ଉଲ୍ଲଙ୍ଘନ, ଜଣେ ନାଗରିକ ମୃତ, 5 ଆହତ
ସୀମାରେ ପାକର ଅସ୍ତ୍ରବିରତୀ ଉଲ୍ଲଙ୍ଘନ, ଜଣେ ନାଗରିକ ମୃତ, 5 ଆହତ

By

Published : Aug 8, 2020, 12:47 PM IST

ଶ୍ରୀନଗର: ସୁଧୁରୁନି ବଦମାସ ପାକିସ୍ତାନ। ଜମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରର ଏଲଓସିରେ ପ୍ରବଳ ଗୁଳିବିନିମୟ ଓ ମୋର୍ଟାର ମାଡ କରିବା ଫଳରେ ଜଣେ 65 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହାସହ 5 ଜଣ ଆହତ ହୋଇଛନ୍ତି। ତେବେ ସୀମା ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ପ୍ରବଳ ଗୁଳି ବର୍ଷଣ ହେବା ଫଳରେ ଏପରି ପରିସ୍ଥିତି ଉପୁଜିଥିଲା।

ଖବର ଅନୁଯାୟୀ, କୁପୱାରା ଜିଲ୍ଲାର ଏଲଓସିର ତଙ୍ଗଧର ସେକ୍ଟରରେ ପାକିସ୍ତାନ ଭାରତୀୟ ପ୍ରତିରକ୍ଷା ବଳ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା। ପାକିସ୍ତାନ ପଟରୁ ଶୁକ୍ରବାର ଦିନ ତଙ୍ଗଧର, ନୌଗାମ ଏବଂ ଉରି ଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଶୁକ୍ରବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିଥିଲା। ଶୁକ୍ରବାର ସକାଳେ ମେନ୍ଦର ଏବଂ ବାଲାକୋଟ ସେକ୍ଟରରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରିଥିଲା।

ଶୁକ୍ରବାର ଦିନ ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ପାକିସ୍ତାନ ମଧ୍ୟ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନା ଏହି ସବୁ ସ୍ଥାନରେ ପ୍ରଭାବଶାଳୀ ଭାବରେ ପ୍ରତିଶୋଧ ନେଇଛି ଏବଂ ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଭାରତୀୟ ପ୍ରତିଶୋଧ ପରାୟଣ କାର୍ଯ୍ୟରେ ପାକିସ୍ତାନୀ ସେନାର କ୍ଷତି ଘଟିଛି।

ପାକିସ୍ତାନ ଦ୍ୱାରା ଏଲଓସି ଉପରେ ଦିନସାରା ଗୁଳି ବିନିମୟ ହେତୁ ଶହ ଶହ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜାମ୍ମୁ କାଶ୍ମୀରରେ ସୀମା ଶତ୍ରୁତା ଯୋଗୁଁ ଜୀବନ ଅତ୍ୟନ୍ତ ଦୁଃଖ ଦାୟକ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଏଲଓସି ନିକଟରେ ରହୁଥିବା କିଛି ପରିବାର ସେ ସ୍ଥାନ ପରିତ୍ୟାଗ କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ 2,720 ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ଯେଉଁଥିରେ 23 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ 100 ରୁ ଅଧିକ ଆହତ ହୋଇଛନ୍ତି।

ABOUT THE AUTHOR

...view details