ଓଡିଶା

odisha

ETV Bharat / bharat

UPSC ସିଭିଲ୍‌ ପ୍ରିଲିମନାରୀ ପରୀକ୍ଷା ସ୍ଥଗିତ ରଖିବା ଅସମ୍ଭବ, 30ରେ ପରବର୍ତ୍ତୀ ଶୁଣାଣି - UPSC ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା

ଅକ୍ଟୋବର 4 ରେ ଧାର୍ଯ୍ୟ ହୋଇଛି UPSC ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ତାରିଖ ଘୁଞ୍ଚାଇବାକୁ ଆବେଦନ କରାଯାଇଥିଲା । ବେଳେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଅକ୍ଟୋବର 4 ରେ ଧାର୍ଯ୍ୟ ହୋଇଥିବା ସିଭିଲ ସର୍ଭିସ ପରୀକ୍ଷାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ସୁପ୍ରିମକୋର୍ଟକୁ କୁହାଯାଇଛି ।

UPSC ସିଭିଲ୍‌ ପ୍ରିଲିମନାରୀ ପରୀକ୍ଷା ସ୍ଥଗିତ ରଖିବା ଅସମ୍ଭବ, 30ରେ ପରବର୍ତ୍ତୀ ଶୁଣାଣି
UPSC ସିଭିଲ୍‌ ପ୍ରିଲିମନାରୀ ପରୀକ୍ଷା ସ୍ଥଗିତ ରଖିବା ଅସମ୍ଭବ, 30ରେ ପରବର୍ତ୍ତୀ ଶୁଣାଣି

By

Published : Sep 28, 2020, 12:39 PM IST

Updated : Sep 28, 2020, 1:12 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ପରୀକ୍ଷାଠୁ ଆରମ୍ଭ କରି ନୂତନ ପାଠ୍ୟକ୍ରମ ସବୁଥିରେ ଚଳିତବର୍ଷ ବ୍ୟତିକ୍ରମ ଦେଖାଦେଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି UPSC ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଆବେଦନ ହୋଇଥିଲା । ତେବେ ଏଥିରେ ଅକ୍ଟୋବର 4 ରେ ଧାର୍ଯ୍ୟ ହୋଇଥିବା ସିଭିଲ ସର୍ଭିସ ପରୀକ୍ଷାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି । ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛି କେନ୍ଦ୍ରୀୟ ଲୋକସେବା ଆୟୋଗ ।

କୋର୍ଟ ଆଜି ସିଭିଲ ସର୍ଭିସେସ୍ ପାଇଁ ନିଯୁକ୍ତି ଏବଂ ପରୀକ୍ଷା ପାଇଁ କେନ୍ଦ୍ରୀୟ ନିଯୁକ୍ତି ଏଜେନ୍ସିକୁ ଆସନ୍ତାକାଲି ସୁଦ୍ଧା ଏହାର ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି । ଆଜି ୟୁପିଏସସି ସତ୍ୟପାଠ ଦାଖଲ କରିବା ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 30 ରେ କରିବେ ବୋଲି କହିଛନ୍ତି ।

ପୂର୍ବରୁ ମେ 31 ରେ ୟୁପିଏସସି 2020 ପ୍ରିଲିମସ୍ ପରୀକ୍ଷା ହେବାର ଥିଲା । କିନ୍ତୁ ଲକଡାଉନ ଯୋଗୁଁ ଆୟୋଗ ପକ୍ଷରୁ ଅକ୍ଟୋବର 4 ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲା । ପ୍ରାର୍ଥୀଙ୍କୁ ନିଜ କେନ୍ଦ୍ର ପରିବର୍ତ୍ତନ କରିବାକୁ ଅନୁମତି ଦେଇଥିଲା ୟୁପିଏସସି ।

Last Updated : Sep 28, 2020, 1:12 PM IST

ABOUT THE AUTHOR

...view details