ନୂଆଦିଲ୍ଲୀ: ନୂଆ ଟ୍ରାଫିକ୍ ନିୟମରୁ ବର୍ତ୍ତିବା ପାଇଁ ଲୋକେ ଆପଣାଉଛନ୍ତି ନୂଆ ତରିକା । ମୋଟା ଅଙ୍କର ଚାଲାଣ କାଟିବାକୁ ଆଡେଇ ଯିବା ଲାଗି ଲୋକେ ବିଭିନ୍ନ ବାହାନା ଦେଖାଉଛନ୍ତି । ତେବେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଟ୍ରାଫିକ୍ ଚାଲାଣରୁ ବର୍ତ୍ତିବା ପାଇଁ ସିଭିଲ୍ ଡିଫେନ୍ସରେ ଚାକିରି କରିଥିବା ଜଣେ ବ୍ୟକ୍ତି ନିଜକୁ ପୋଲିସ ସିପାହୀ ବୋଲି କହି ବୁଲୁଥିଲା । ନିଜକୁ ଦିଲ୍ଲୀ ପୋଲିସର ସିପାହୀ କହି ଚାଲାଣରୁ ବଞ୍ଚିଯାଉଥିଲା । ତେବେ ଏକ ଚେକିଂ ସମୟରେ ସେ ଧରାପଡିବା ସହ କଥାର ଖୁଲାସା କରିଥିଲା ।
ଚାଲାଣରୁ ବର୍ତ୍ତିବା ପାଇଁ ମିଛ ପୋଲିସର ପରିଚୟ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ - ଚାଲାଣରୁ ବର୍ତ୍ତିବା ପାଇଁ ମିଛ ପୋଲିସ
ଟ୍ରାଫିକ୍ ଚାଲାଣରୁ ବର୍ତ୍ତିବା ପାଇଁ ସିଭିଲ୍ ଡିଫେନ୍ସରେ ଚାକିରି କରିଥିବା ଜଣେ ବ୍ୟକ୍ତି ନିଜକୁ ପୋଲିସ ସିପାହୀ ବୋଲି କହି ବୁଲୁଥିଲା । ନିଜକୁ ଦିଲ୍ଲୀ ପୋଲିସର ସିପାହୀ କହି ଚାଲାଣରୁ ବଞ୍ଚିଯାଉଥିଲା । ତେବେ ଏକ ଚେକିଂ ସମୟରେ ସେ ଧରାପଡିବା ସହ କଥାର ଖୁଲାସା କରିଥିଲା । ପରେ ପୋଲିସ ତାକୁ ଗିରଫ କରିଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ମଙ୍ଗୋଲପୁରୀ ଟ୍ରାଫିକ୍ ପୋଲିସ ରୋହିଣୀ ସେକ୍ଟର-3ରେ ଯାଞ୍ଚ କରୁଥିବାବେଳେ ତାକୁ ଧରିଥିଲେ । ଦୂରରୁ ଯାଞ୍ଚ ଚାଲିଥିବା ଦେଖି ନିଜକୁ ପୋଲିସ କହୁଥିବା ବ୍ୟକ୍ତି ଜଣଙ୍କ ଗାଡି ବୁଲାଇ ଚାଲିଯାଉଥିଲା । ପରେ ଟ୍ରାଫିକ୍ ପୋଲିସ ତାକୁ ଧରିଥିଲେ ।
ପଚରାଉଚରା ପରେ ତାର ନାମ ଦୀପକ ବୋଲି ଜଣାପଡିଥିଲା । ପରେ ସେ ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲା । ସବୁ କଥା ଜଣାପଡିବା ପରେ ପୋଲିସ ତାକୁ ଗିରଫ କରିଛି ।