ଓଡିଶା

odisha

ETV Bharat / bharat

ଧର୍ମ ସମ୍ବନ୍ଧୀୟ ନାଗରିକତା ଦେଶର ସମ୍ବିଧାନ ବିରୋଧୀ: ଓୱେସୀ - ସିଏଏ ଦେଶର ସମ୍ବିଧାନ ବିରୋଧୀ

ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ନାଗରିକତା ସଂଶୋଧନ ଆଇନକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି । ଆଗକୁ ପଢନ୍ତୁ...

Asaduddin Owaisi opinion on CAA
ଫାଇଲ ଫଟୋ

By

Published : Jan 12, 2020, 12:05 PM IST

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ନାଗରିକତା ସଂଶୋଧନ ଆଇନକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ ଧର୍ମ ଆଧାରରେ ଲୋକଙ୍କୁ ବିଭାଜିତ କରିବ ଓ ଏହା ସମ୍ବିଧାନ ବିରୋଧୀ । ଯଦି କୌଣସି ଆଇନ ଗୋଟିଏ ଧର୍ମକୁ ଅସମ୍ମାନିତ କରେ ତେବେ ତାହା ସମ୍ବିଧାନ ବିରୋଧୀ ବୋଲି ସେ କହିଛନ୍ତି ।

ଓୱେସୀ ଟ୍ବିଟ କରି ଲେଖିଥିଲେ, ଅମିତ୍ ଶାହା ସମ୍ବିଧାନକୁ ପସନ୍ଦ ନକରିପାରନ୍ତି କିନ୍ତୁ ତାଙ୍କୁ ସମ୍ବିଧାନ ଭିତରେ ରହି କାର୍ଯ୍ୟ କରିବା ଉଚିତ୍ । ଅନ୍ୟପକ୍ଷେ ଅମିତ୍ ଶାହା ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀଙ୍କ ମିଥ୍ୟାକୁ ନଶୁଣିବା ପାଇଁ ଅନୁରୋଧ କରିଛନ୍ତି ।

ନାଗରିକତା ସଂଶୋଧନ ଆଇନ କାହାର ନାଗରିକତା ଛଡେଇ ନେବ ନାହିଁ ବରଂ ଏହା ନାଗରିକତା ପ୍ରଦାନ କରିବ ବୋଲି ଅମିତ୍ ଶାହା କହିଛନ୍ତି । ଗୁଜୁରାଟର ଗାନ୍ଧୀନଗରରେ ହେଉଥିବା ଏକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ ଅମିତ୍ ଶାହା ।

ABOUT THE AUTHOR

...view details