ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ(ଆଇୟୁଏମଏଲ) । ଗୁରୁବାର ସିଏବି ବିରୋଧରେ ସୁପ୍ରିମକୋର୍ଟରେ ପ୍ରଥମ ଯାଚିକା ଦାଖଲ ହୋଇଛି । ଆଇୟୁଏମଏଲର 4 ସାଂସଦ ଏହି ଯାଚିକା ଦାଖଲ କରିଛନ୍ତି । ସମ୍ବିଧାନ ଧର୍ମ ଆଧାରରେ ବର୍ଗିକରଣର ଅନୁମତି ଦେଉନାହିଁ । ଏହି ବିଲ୍ ସମ୍ବିଧାନର ଅନୁଚ୍ଛେଦ 14କୁ ଉଲଙ୍ଘନ କରୁଛି । ତେଣୁ ଏହାକୁ ରଦ୍ଦ କରାଯାଉ ବୋଲି ଯାଚିକାରେ କୁହାଯାଇଛି ।
ସିଏବି ବିରୋଧରେ ସୁପ୍ରିମକୋର୍ଟରେ ପ୍ରଥମ ଯାଚିକା ଦାଖଲ - citizenship amendment bill
ନାଗରିକ ସଂଶୋଧନ ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହେଲା ପ୍ରଥମ ଯାଚିକା । ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ(ଆଇୟୁଏମଏଲ)ର 4 ସାଂସଦ ଏହି ଯାଚିକା ଦାଖଲ କରିଛନ୍ତି ।
ଫାଇଲ ଫଟୋ
ତେବେ ଆଇୟୁଏମଏଲ ପକ୍ଷରୁ ପକ୍ଷରୁ ଓକିଲ କପିଲ ସିବ୍ବଲ ଏହି ମାମଲା ଲଢିବେ ବୋଲି ଜଣାପଡିଛି । ସେପଟେ କଂଗ୍ରେସ ମଧ୍ୟ ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବ ବୋଲି କହିଛି ।
ସୂଚନାଯୋଗ୍ୟ ଯେ, ବହୁପ୍ରତିକ୍ଷିତ ନାଗରିକତା ସଂଶୋଧନ ବିଲ ପ୍ରଥମେ ଲୋକସଭାରେ ଓ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଦସ୍ତଖତ ଏହି ବିଲ କାର୍ଯ୍ୟକାରୀ ହେବ ।