ଓଡିଶା

odisha

ETV Bharat / bharat

ଆଜି ରାଜ୍ୟସଭାରେ CABର ଅଗ୍ନି ପରିକ୍ଷା - rajya sabha

କଣ ରହିଛି ରାଜ୍ୟସଭାରେ ସରକାରଙ୍କ ଶକ୍ତି । ବିରୋଧୀଙ୍କ ସଂଖ୍ୟା କେତେ ପଢନ୍ତୁ....

citizenship amendment bill rajya sabha modi government bjp congress shiv sena numbe
ଫାଇଲ ଫଟୋ

By

Published : Dec 11, 2019, 4:19 AM IST

Updated : Dec 11, 2019, 8:13 AM IST

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ଆଗତ ହୋଇଥିବା ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲକୁ କେନ୍ଦ୍ର ସରକାର ଲୋକସଭାରେ ଅତି ସହଜରେ ପାରିତ କରାଇବାରେ ସଫଳ ହୋଇଛନ୍ତି । ଯେହେତୁ ସରକାରଙ୍କ ଲୋକସଭାରେ ବହୁମତ ଅଛି ସେଥିପାଇଁ କୌଣସି ଦଳର ବିନା ସମର୍ଥନରେ ସରକାର ଏହାକୁ ପାସ କରାଇ ପାରିଥାନ୍ତେ । ତାସତ୍ତ୍ବେ ଅନ୍ୟଦଳର ସମର୍ଥନ ସରକାର ଲୋଡିଥିଲେ ।

ତେବେ (ଆଜି) ବୁଧବାର ଅପରାହ୍ନରେ ସିଏବି ବିଲ ରାଜ୍ୟସଭାରେ ଆଗତ ହେବ । ରାଜ୍ୟସଭାରେ ବିଲକୁ ପାରିତ କରାଇବା ପାଇଁ ସରକାରଙ୍କୁ ଏତେ ସହଜ ହୋଇ ନପାରେ । କାରଣ ରାଜ୍ୟସଭାରେ ସରକାରଙ୍କ ବହୁମତ ନାହିଁ । ଏହାସତ୍ତ୍ବେ କେନ୍ଦ୍ର ସରକାର ବୀର ଦର୍ପରେ ରାଜ୍ୟସଭାରେ ଆଗତ କରିବାକୁ ଅଣ୍ଟା ଭିଡିଛନ୍ତି ।

ରାଜ୍ୟସଭାରେ କଣ ରହିଛି ପରିସଂଖ୍ୟାନ

ରାଜ୍ୟସଭାରେ ମୋଟ ସଦସ୍ୟ ସଂଖ୍ୟା ହେଉଛି 245 । ସେଥିରୁ ବର୍ତ୍ତମାନ 5ଟି ସିଟ ଖାଲି ପଡିଛି । 240 ସଭ୍ୟ ଭୋଟଦାନରେ ଅଂଶଗ୍ରହଣ କରିବେ । 121 ହେଉଛି ସଂଖ୍ୟା ଗରିଷ୍ଠତା । ଅର୍ଥାତ ବିଲକୁ ରାଜ୍ୟସଭାରେ ପାରିତ କରାଇବାକୁ ହେଲେ ସରକାରଙ୍କୁ 121 ସାଂସଦଙ୍କ ଆବଶ୍ୟକତା ଅଛି ।

ବିଜେପିର ସଂଖ୍ୟା

ରାଜ୍ୟସଭାରେ ବିଜେପିର ସାଂସଦ ଅଛନ୍ତି 83 ଜଣ ଥିବାବେଳେ ଏନଡିଏର ସଂଖ୍ୟା ମିଶାଇ ଏକଶହ ମଧ୍ୟ ହେଉନାହିଁ । ଜେଡିୟୁର 6, ତାମିଲନାଡୁର ଶାସକ ଦଳ ଥିବା ଏଆଇଏଡିଏମକେର ସାଂସଦ11, ବିଜେଡିର 7, ଏସଏଡିର 3, ଆରପିଆଇର 1, ଏଲଜେପିର 1, ୱାଇଏସଆର କଂଗ୍ରେସର 2, ଟିଡିପିର 2, ଏଜେପିର 1, ବିପିଏଫର 1, ଏନପିଏଫର 1, ଏସଡିଏଫର 1, 3ଜଣ ମନୋନୀତ ସଦସ୍ୟ, 4ଜଣ ସ୍ବାଧୀନ ସଦସ୍ୟ ଏମିତି ମିଶାଇ ମୋଟ 127 ଜଣ ସାଂସଦଙ୍କ ସମର୍ଥନ ସରକାରଙ୍କ ସପକ୍ଷରେ ଥିବା କୁହାଯାଉଛି । ଯଦି ଏହି ସମସ୍ତ ସଦସ୍ୟ ବିଲ ସପକ୍ଷରେ ଭୋଟ ଦିଅନ୍ତି ସରକାର ବିଲକୁ ପାରିତ କରିବାରେ ସମର୍ଥନ ହେବେ ।

ବିରୋଧୀଙ୍କ ସଂଖ୍ୟା

ଅନ୍ୟପଟେ ବିରୋଧୀଙ୍କ ସପକ୍ଷରେ 113 ଜଣ ସାଂସଦଙ୍କ ଶକ୍ତି ଅଛି । କଂଗ୍ରେସର 46, ଟିଏମସିର 13, ଏନସିପିର 4, ଏସପିର 9, ଆପର 3, ବିଏସପିର 4, ସିପିଆଇର 1, ସିପିଏମର 5, ଡିଏମକେର 1, କେରଳ କଂଗ୍ରେସର 1, ଏମଡିଏମକେର 1, ପିଏମକେର 1, ଆରଜେଡିର 4, ଶିବସେନାର 3, ଟିଆରଏସର 6, ଜଣେ ମନୋନୀତ ଏବଂ 2ଜଣ ସ୍ବାଧୀନ ସାଂସଦଙ୍କ ସମର୍ଥନ ରହିଛି ବିରୋଧୀଙ୍କ ପାଖରେ ।

Last Updated : Dec 11, 2019, 8:13 AM IST

ABOUT THE AUTHOR

...view details