ଓଡିଶା

odisha

ETV Bharat / bharat

ଲିଷ୍ଟ ଅଫ ବିଜନେସକୁ ଆସିଲା ସିଏବି ବିଲ - CAB

ଆସନ୍ତାକାଲି ସୋମବାର ହେବ ଭାରତୀୟ ସଂସଦ ପାଇଁ ଆଉ ଏକ ପରୀକ୍ଷାର ଦିନ। ଲୋକସଭାରେ ଆଗତ ହେବ ସିଏବି ବିଲ। ପଢନ୍ତୁ ଅଧିକ...

PHOTO
ଲିଷ୍ଟ ଅଫ୍ ବିଜନେସକୁ ଆସିଲା ସିଏବି ବିଲ

By

Published : Dec 8, 2019, 4:45 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ସୋମବାର ଲୋକସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ (ସିଏବି)। ଏଥିପାଇଁ ସମସ୍ତ ପ୍ରଶାସନିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଶେଷ ହୋଇଛି।

ସୋମବାର ପାଇଁ ନିର୍ଦ୍ଧାରିତ ହୋଇଥିବା ଲୋକସଭା କାର୍ଯ୍ୟକ୍ରମରେ ସିଏବି ବିଲ ସ୍ଥାନ ପାଇଛି। ଆସନ୍ତାକାଲିର କାର୍ଯ୍ୟସୂଚୀରେ ‘ଲିଷ୍ଟ ଅଫ୍ ବିଜନେସ’ରେ ସ୍ଥାନିତ ହୋଇଛି ଏହି ବିଲ। ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଲୋକସଭାରେ ଆଗତ କରିବେ। ବିଲକୁ ଲୋକସଭାରେ ପାରିତ କରିବା ପାଇଁ ବିଜେପି ଡିସେମ୍ବର 9ରୁ 11ପର୍ଯ୍ୟନ୍ତ ଦଳୀୟ ସାଂସଦଙ୍କ ପାଇଁ ହ୍ବିପ ଜାରି କରିଛି। ସେପଟେ ବିରୋଧୀ ଏହି ବିଲକୁ ବିରୋଧୀ କରିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ନେତୃତ୍ବରେ ସମସ୍ତ ବିରୋଧୀ ବିଲକୁ ବିରୋଧ କରି ପାରନ୍ତି।

ABOUT THE AUTHOR

...view details