ଓଡିଶା

odisha

By

Published : Dec 18, 2019, 12:20 PM IST

ETV Bharat / bharat

CAA: ସ୍ଥଗିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ ଜାରି

ନାଗରିକତା ସଂଶୋଧନ ଆଇନ୍‌ ଉପରେ ସ୍ଥଗିତାଦେଶ ଜାରି କରିବାକୁ  ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

citizenship-amendment-act
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ଶୁଣାଣି ହୋଇଛି। ଏହିସବୁ ଆବେଦନ ଉପରେ ଶୁଣାଣି କରି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଆଇନ୍‌ ଏବେ ସୁଦ୍ଧା ଲାଗୁ ହୋଇନାହିଁ । ତେଣୁ ଏହା ଉପରେ ସ୍ଥଗିତାଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହା ସହିତ ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜାନୁୟାରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୨୨ ତାରିଖରେ ହେବ । ଏହିସବୁ ଆବେଦନରେ ନାଗରିକତା ସଂଶୋଧନ ଆଇନ୍‌କୁ ଚ୍ୟାଲେଞ୍ଜ କରାଯାଇଥିଲା । ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷ ରଖି କପିଲ ସିବ୍ବଲ ଏହି ଆଇନ୍‌ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।

ABOUT THE AUTHOR

...view details